କଟକରେ କମିଶନରେଟ୍ ପୁଲିସ ପକ୍ଷରୁ ପୁଲିସ ପବ୍ଲିକ୍ ସମନ୍ୱୟ ବୈଠକ
20/01/2019 at 4:14 PM

କଟକ ୨୦|୧: କଟକ କମିଶନରେଟ୍ ପୁଲିସ ଜୋନ୍-୨ ପକ୍ଷରୁ ପୁଲିସ ପବ୍ଲିକ୍ ସମନବୟ ବୈଠକ ଅନୁଷ୍ଠିତ ହୋଇଛି । ଓସିଏ କନ୍ଫରେନ୍ସ ହଲରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ପୁଲିସ କମିଶନର ସତ୍ୟଜିତ ମହାନ୍ତି ଯୋଗଦେଇଥିଲେ ।

ମଙ୍ଗଳାବାଗ ଥାନା, ମହିଳା ଥାନା, କ୍ୟାଣ୍ଟନମେଣ୍ଟ ଥାନା ଓ ଦରଘାବଜାର ଥାନା ଅଞ୍ଚଳରେ ବସବାସ କରୁଥିବା ବାସିନ୍ଦାମାନେ ଏହି ବୈଠକରେ ଯୋଗଦେଇଥିଲେ ।

ଏହି ଚାରିଟି ଥାନା ଅଧୀନରେ ଥିବା ସମସ୍ୟା ସମାଧାନ କରିବା ସମେତ ଜନସାଧାରଣଙ୍କୁ ପୁଲିସ କିଭଳି ଅଧିକରୁ ଅଧିକ ଉତ୍ତମ ସେବା ଯୋଗାଇ ଦେବ ସେନେଇ ବୈଠକରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଯୋଗଦେଇଥିବା ଜନସାଧାରଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରେଇଥିଲା କମିଶନରେଟ୍ ପୁଲିସ….
