ଗାଁ ଘାଟରୁ ବାଲିଚାଲାଣକୁ ନେଇ ଉତ୍ତେଜନା, ପୋଲିସ-ଜନତା ମୁହାଁମୁହିଁ

Published By : Prameya-News7 Bureau | April 17, 2024 IST

ଆସ୍କା ୧୭।୪: ଗାଁ ଘାଟରୁ ବାଲିଚାଲଣକୁ ନେଇ ଆସିକା ଥାନା ସମ୍ମୁଖରେ ପାକିଡି ଗାଁର ଶତାଧିକ ଲୋକଙ୍କ ହୋହାଲ୍ଲା । ପୋଲିସ ଜନତା ମୁହାଁମୁହିଁ ପରିସ୍ଥିତି। ଗାଁରେ ବାଲି ଉଠାଣକୁ ଗାଁ ଲୋକେ ପ୍ରତିବାଦ କରିବାରୁ ପୋଲିସ ଗାଁ ଲୋକଙ୍କ ନାମରେ କେସ୍ କରିବାକୁ ନେଇ ତାତିଲେ ଲୋକେ । ଗାଁ ଲୋକଙ୍କୁ ପୋଲିସ କାହିଁକି ଅଟକ ରଖିଛି ବୋଲି ଗାଁର ଲୋକେ ଦୁଇଟି ଗାଡି କରି ଆସିକା ଥାନାକୁ ଆସିଥିବା ବେଳେ ପୋଲିସ ଓ ଲୋକଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି । ଗାଁର ଅନେକ ଲୋକଙ୍କୁ ପୋଲିସ ଅଟକ ରଖିଥିବା ବେଳେ ଥାନା ସମ୍ମୁଖରେ ଗାଁ ଲୋକେ ଉତ୍ତେଜନା ଜାରି ରଖିଛନ୍ତି । ପରିସ୍ଥିତିକୁ ସୁଧାରିବା ପାଇଁ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

You Can Read :

ରାଜନୈତିକ କାର୍ଯ୍ୟକ୍ରମରେ ଯୋଗଦେବା ପଡିଲା ମହଙ୍ଗା, ନିଲମ୍ବିତ ହେଲେ ଦୁଇ ସରକାରୀ କର୍ମଚାରୀ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.