WhatsApp Image 2023-12-03 at 20.27.35 (1)
WhatsApp Image 2023-12-03 at 20.27.35
WhatsApp Image 2023-12-03 at 20.27.36 (1)
WhatsApp Image 2023-12-03 at 20.27.36
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମାନସିକ ଚାପ ଯୋଗୁଁ ନିଖୋଜ ହୋଇଯାଇଥିଲେ ବ୍ୟାଙ୍କ ମ୍ୟାନେଜର: ପୋଲିସ୍

28/09/2023 at 4:06 PM

ବାଙ୍କୀ 28/09: ବ୍ୟାଙ୍କ୍ ମ୍ୟାନେଜରଙ୍କ ନିଖୋଜ ଘଟଣାକୁ ନେଇ ବାଙ୍କି ଥାନା ଏକ ପ୍ରେସ୍ ମିଟ୍ କରିଛି। ମାନସିକ ଚାପ ଯୋଗୁଁ ନିଜେ ନିଖୋଜ ହୋଇଯାଇଥିଲେ ବୋଲି ବାଙ୍କୀ ଥାନା ପରିସରରେ ହେଇଥିବା ପ୍ରେସ ମିଟରେ କହିଛନ୍ତି କଟକ ଅତିରିକ୍ତ ଗ୍ରାମାଞ୍ଚଳ ଏସ୍.ପି ଦେବଦତ୍ତ ବରାଳ । ତାଙ୍କ ପରିବାର ପକ୍ଷରୁ ଥାନରେ ଅଭିଯୋଗ ପରେ ତାଙ୍କୁ ଖୋଜିବାକୁ ପୋଲିସ ପକ୍ଷରୁ ଏକ ସ୍ପେଶାଲ୍ ଟିମ୍ ଗଠନ କରାଯାଇଥିଲା।

 ତିନ ଦିନ ମଧ୍ୟରେ ଆନ୍ଧ୍ରର ଗିରିଶୋଲା ନିକଟରୁ ତାଙ୍କୁ ଉଦ୍ଧାର କରିଥିବାବେଳେ ଏବେ ସୁରକ୍ଷିତ ଭାବେ ପୋଲିସ ହେପାଜତରେ ରହିଛନ୍ତି । କୌଣସି ଅପରାଧର ଶିକାର ହୋଇନାହାନ୍ତି । ପଚରା ଉଚୁରା ପରେ ଘର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ଅତିରିକ୍ତ ଏସପି ।

ସୂଚନାଯୋଗ୍ୟ ଯେ, ତପନଙ୍କ ଘର ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଅଞ୍ଚଳରେ। ସୋମବାର ସେ ବାଙ୍କୀ କଳାପଥରରୁ ବଡ଼ମ୍ବା ଆସୁଥିବା ସମୟରେ ବାଟରେ କେଉଁଠି ନିଖୋଜ ହୋଇଯାଇଥିଲେ । କଟକ ଜିଲ୍ଲା ବଡ଼ମ୍ବା କାନାରା ବ୍ୟାଙ୍କ ବ୍ରାଞ୍ଚ ମ୍ୟାନେଜର ତପନ ସାହୁ ନିଖୋଜ ନେଇ ବୈଦେଶ୍ବର ଥାନାରେ ଏତଲା ଦିଆଯାଇଥିଲା ।

Also Read- ପୂର୍ବତନ ବିଧାୟକଙ୍କ ଗାଡି ଉପରକୁ ଅଣ୍ଡାମାଡ଼, ଥାନାରେ ଏତଲା

   Related Posts