ଦୁର୍ଗାପୂଜାକୁ ନେଇ ପୋଲିସର ପ୍ରସ୍ତୁତି, ସହର ଜଗିବେ ୫୫ ପ୍ଲାଟୁନ୍‌ ଫୋର୍ସ

Published By : Prameya-News7 Bureau | October 01, 2022 IST

କଟକ ୦୧।୧୦ : ଦୁର୍ଗାପୂଜାକୁ ନେଇ କମିଶନରେଟ୍‌ ପୋଲିସର ପ୍ରସ୍ତୁତି । ସହରର ବିଭିନ୍ନ ସମ୍ବେଦନଶୀଳ ସ୍ଥାନମାନଙ୍କ ଉପରେ କଡ଼ା ନଜର ରଖାଯିବ । ଏହାସହ ସହରକୁ ଜଗିବେ ୫୫ ପ୍ଲାଟୁନ୍‌ ପୋର୍ସ ବୋଲି କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ସହରକୁ ଜଗିବେ ପୋଲିସ ଫୋର୍ସ ସହିତ୬ ଜଣ ଆଡିସିନାଲ ଡ଼ିସିପି, ୪୦ ଜଣ ଡ଼ିଏସପି ,୫୫ ଇନ୍ସପେକ୍ଟର, ୩୦୦ ସବ ଇନ୍ସପେକ୍ଟର , ୮୪ଜଣ ହାବିଲଦାର,  ୬୨୪ ଟ୍ରାଫିକ କନଷ୍ଟେବଳ , ୬୯୪ଜଣ ହୋମଗାର୍ଡ ସହ ୭୦୦ଜଣ ପୋଲିସ ଭଲେଣ୍ଟିୟର ନିୟୋଜିତ ରହିବେ ।

ସେହିପରି ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଆଣ୍ଟି ଟେରରିଷ୍ଟ ସ୍କ୍ୱାର୍ଡ ,ଷ୍ଟ୍ରାଇକିଙ୍ଗ ଫୋର୍ସ, କ୍ୱିକ୍‌ ରେସ୍‌ପନ୍ସ ଟିମ୍‌  ମଧ୍ୟ ହେବ ମୁତୟନ ରହିବେ । ୪୪ଟି ଆଡ୍‌ ପୋଷ୍ଟ କରାଯିବା ସହିତ ଟ୍ରାଫିକ ନିୟନ୍ତ୍ରଣ ପାଇଁ ହେବ ଓ୍ୱାନ୍‌ ଓ୍ୱେ ବ୍ୟବସ୍ଥା । 24X7 CCTV କ୍ୟାମେରାର  ନଜରରେ ରହିବ ସହର । ସହରରେ ଥିବା ୩୦୦ରୁ ଅଧିକ CCTV ଦ୍ୱାରା ସମସ୍ତ ଗତିବିଧି ଉପରେ ନଜର ରଖାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.