ବାରବାଟୀ ଟି-ଟ୍ୱେଣ୍ଟି ପାଇଁ ପୋଲିସର ବ୍ୟାପକ ସୁରକ୍ଷା ବ୍ୟବସ୍ଥା, ଶୃଙ୍ଖଳିତ ଭାବେ ମ୍ୟାଚ୍ ଦେଖିବାକୁ DCPଙ୍କ ପରାମର୍ଶ

Published By : Prameya-News7 Bureau | June 11, 2022 IST

କଟକ ୧୧/୦୬: ଆସନ୍ତାକାଲି ବାରବାଟୀରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-ଟ୍ୱେଣ୍ଟି । ଏଥିପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଶେଷକରି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର । ସେ କହିଛନ୍ତି ମ୍ୟାଚ ପାଇଁ ନିୟୋଜିତ ହେବେ ମୋଟ୍ ୬୨ ପ୍ଲାଟୁନ ପୋଲିସ ଫୋର୍ସ । ସୁରକ୍ଷା ବ୍ୟବସ୍ଥାରେ ୩ ଜଣ ଡିସିପି, ୭ ଜଣ ଅତିରିକ୍ତ ଡିସିପି , ୩୨ ଜଣ ଏସିପି, ୪୫ ଜଣ ଇନସ୍ପେକ୍ଟର ରାଙ୍କର ଅଫିସର,୨୭୦ ଜଣ ସବଇନସ୍ପେକ୍ଟର ରାଙ୍କର ଅଫିସର, ୧୧୩ ଜଣ ଟ୍ରାଫିକ ପର୍ସୋନେଲ, ୪୩ ଜଣ ମହିଳା କନଷ୍ଟେବଲ, ୧୭୦ ଜଣ ହୋମଗାର୍ଡ ନିୟୋଜିତ ହେବେ ।

ଅପରାହ୍ନ ୩ଟାରୁ ଦର୍ଶକଙ୍କ ପାଇଁ ଖୋଲିବ ଷ୍ଟାଡିୟମ ଗେଟ୍ । ଦର୍ଶକ କେବଳ ମୋବାଇଲ ଫୋନ୍, ଚଷମା ନେଇ ଭିତରକୁ ଯାଇପାରିବେ । ତେବେ ୱାଟର ବୋତଲ, ବାଡି, ଫାୟାର ଲାଇଟର, ଛୁରୀ, ହେଲମେଟ, ମ୍ୟାଚ ଷ୍ଟିକ୍ ନେବାକୁ ବାରଣ କରାଯାଇଛି ।

ଏମିତିକି ଖୁଚୁରା ପଇସା ନେବାକୁ ବାରଣ କରାଯାଇଛି । ତେବେ ମାସ୍କ ପରିଧାନକୁ କଡାକଡି କରାଯଇଛି । ବିନା ମାସ୍କରେ ଷ୍ଟାଡିୟମକୁ ଏଣ୍ଟ୍ରି ମନା ବୋଲି ପୋଲିସ ସ୍ପଷ୍ଟ କରିଛି । ଶୃଙ୍ଖଳିତ ଭାବେ ମ୍ୟାଚ ଦେଖିବାକୁ ଦର୍ଶକଙ୍କୁ ପରାମର୍ଶ ଦେଇଛନ୍ତି କଟକ DCP ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.