କଟକ, ୧୯/୦୭: ବାହାଘର ଭୋଜିରୁ ବର କନ୍ୟାଙ୍କୁ ଉଠାଇ ନେଲା ପୋଲିସ୍। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଟକ ନେତାଜୀ ନଗର ଠାରେ ଥିବା ପଞ୍ଚମୁଖୀ ମଣ୍ଡପରେ। ଝିଅ ନାବାଳିକା ହୋଇଥିବା ସିଡବ୍ଲୁସିର ଅଭିଯୋଗକ୍ରମେ ପୋଲିସ ଓ CWC ଟିମ୍ ମିଳିତ ଭାବେ ଚଢ଼ାଉ କରିଥିଲେ।
ସୂଚନା ଅନୂଯାୟୀ, କଟକ ଖାନ୍ ନଗର ଅଞ୍ଚଳର ଲୋକନାଥଙ୍କ ସହ ଚାରି ଦିନ ତଳେ ନାବାଳିକା ଜଣଙ୍କର ବାହାଘର ହୋଇଥିଲା। ଆଉ ବୁଧବାର ଖାନନଗର ପଞ୍ଚମୁଖୀ ମଣ୍ଡପରେ ରିସେପସନ ଚାଲିଥିଲା। ବର ଓ ନାବାଳିକା କନ୍ୟାଙ୍କୁ ମଧୁପାଟଣା ପୋଲିସ ଥାନାକୁ ଆଣିବା ପରେ ନାବାଳିକା ଜଣଙ୍କୁ ବସୁନ୍ଧରା ପଠାଇ ଦେଇଥିବା ନେଇ ସୂଚନା ମିଳିଛି।