ଏଣିକି ସ୍କୁଲ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆଇନ ସମ୍ବନ୍ଧୀୟ ଜ୍ଞାନ : ବରିଷ୍ଠ ପୋଲିସ ଅଧିକାରୀ ନେବେ କ୍ଲାସ

Published By : Prameya-News7 Bureau | January 25, 2019 IST

ବ୍ରହ୍ମପୁର୨୫|୧: ଏଣିକି ସ୍କୁଲ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆଇନ ସମ୍ବନ୍ଧୀୟ ଜ୍ଞାନ । ଆଜିଠୁ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ଆରମ୍ଭ ହୋଇଛି ଷ୍ଟୁଡେଣ୍ଟ ପୋଲିସ କ୍ୟାଡର କାର୍ଯ୍ୟକ୍ରମ । ଜିଲ୍ଲାର ବହୁ ବରିଷ୍ଠ ପୋଲିସ ଅଧିକାରି ଉପସ୍ଥିତ ରହି ପିଲାଙ୍କୁ ଆଇନ ସମ୍ବନ୍ଧୀୟ ଜ୍ଞାନ ପ୍ରଦାନ କରିଛନ୍ତି । କ୍ଲାସ ରୁମରେ ଦକ୍ଷ ପୋଲିସ ଅଫିସରମାନେ ସ୍ବତନ୍ତ୍ର ପିରିୟଡ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ  ତାଲିମ ପ୍ରଦାନ କରିବେ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକ ମିଶ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ଼୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ପ୍ରଥମ ପର୍ଯ଼୍ୟାୟରେ ନବମ ଓ ଦଶମ ଶ୍ରେଣିର ୪୪ ଜଣ ଛାତ୍ର ଛାତ୍ରୀଙ୍କୁ ଏହି ସେବାରେ ସାମିଲ କରାଯ଼ାଇଛି । ପୋଲିସ ବିଭାଗ ପକ୍ଷରୁ ପିଲାଙ୍କୁ ପୋଲିସ ପୋଷାକ, ବେଲ୍ଟ ଓ କ୍ୟାପ ମଧ୍ୟ ପ୍ରଦାନ କରାଯ଼ାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.