ପୋଲିସ ଅଧିକାରୀ କେବଳ ସାଲ୍ୟୁଟ୍ ନନେଇ ପ୍ରେସର ନେବା ଦରକାର, ସିନେମା ଗଙ୍ଗାଜଲର ଅଜୟ ଦେବଗନ ପରି ହୁଅନ୍ତୁ -ଅରୁପ ପଟ୍ଟନାୟକ

Published By : Prameya-News7 Bureau | October 09, 2019 IST

ଭୁବନେଶ୍ୱର - ମୋ ସରକାର ଏବଂ 5T ର କାର୍ଯ୍ୟକାରିତା ନେଇ ସରକାର ତତ୍ପର।  ଏପଟେ କିନ୍ତୁ ସରକାରୀ ଦଳର ଜଣେ ବରିଷ୍ଠ ନେତା ତଥା ପୂର୍ବତନ ପୋଲିସ  ଅଧିକାରୀଙ୍କର କିନ୍ତୁ ଏହି କାର୍ଯ୍ୟକ୍ରମକୁ ନେଇ ଏତେଟା ସିୟୋର ନୁହନ୍ତି।  ପୋଲିସ ବିଭାଗରେ 'ମୋ ସରକାର' କାର୍ଯ୍ୟକାରିତା ନେଇ ପ୍ରଶ୍ନର ଉତ୍ତରରେ ସେ ଯଦି ଓ କିନ୍ତୁ ଭଳି ଶବ୍ଦ ବ୍ୟବହାର କହିଛନ୍ତି। ଥାନା ଗୁଡିକର ସତ ପରିଖିବାକୁ ଅର୍ଦ୍ଧସତ୍ୟ ଓ ଗଙ୍ଗାଜଲ ଭଳି ସିନେମା ଦେଖିବାକୁ ପରାମର୍ଶ ଦେଇଛନ୍ତି।  କହିଛନ୍ତି ସବୁ ପୋଲିସ ଅଧିକାରୀ  ସିନେମାର ଅଜୟ ଦେବଗନଙ୍କ ପରି ହେବା ଦରକାର। 

{"id":168029}

କ୍ରାଇମକୁ ସଜାଡ଼ିବା ଲାଗି ଗଙ୍ଗାଜଲର ଅମିତ କୁମାର ଭଳି ଏସପି ଦରକାର । ଗଙ୍ଗାଜଲର ଅଜୟ ଦେବଗନ ହେବା ଲାଗି ପୋଲିସକୁ ପରାମର୍ଶ ଦେଉଛନ୍ତି ମୁମ୍ବାଇର ପୂର୍ବତନ ପୋଲିସ କମିଶନର ତଥା ବିଜେଡି ନେତା ଅରୂପ ପଟ୍ଟନାୟକ । ହେଲେ ପୋଲିସ ବିଭାଗରେ 'ମୋ ସରକାର' କାର୍ଯ୍ୟକାରିତା ନେଇ ସିୟୋର ନୁହଁନ୍ତି ଶାସକ ଦଳର ଏହି ବରିଷ୍ଠ ନେତା।  'ମୋ ସରକାର' କାର୍ଯ୍ୟକାରିତା ନେଇ ପ୍ରଶ୍ନ ଉତ୍ତରରେ କିନ୍ତୁ ଓ ଯଦି ଶବ୍ଦ ଯୋଡି ସେ ବ୍ୟାଖ୍ୟା କରୁଛନ୍ତି ।  କହିଛନ୍ତି 'ମୋ ସରକାର' ଭଲ ପଦକ୍ଷେପ ହେଲେ ଏହା ନିର୍ଭର କରେ କାର୍ଯ୍ୟକାରିତା ଉପରେ।  ଏହା କଷ୍ଟକର କିନ୍ତୁ ଯଦି ସଠିକ କାର୍ଯ୍ୟକାରୀ ହୁଏ ତେବେ ଏହା ସମ୍ଭବ।…

{"id":168030}

ମୁମ୍ବାଇ ପୋଲିସ କମିଶନର ଭାବେ କାମ କରିଥିବା ଅରୁପ କହିଛନ୍ତି ଯେ ଥାନାରେ କଣ ହୁଏ ତାହା ତାଙ୍କୁ ଭଲ ଭାବରେ ଜଣା।  ଥାନାର ସତ କଣ ଜାଣିବାକୁ ସେ ଅର୍ଦ୍ଧସତ୍ୟ ଓ ଗଙ୍ଗାଜଳ ଭଳି ସିନେମା ଦେଖିବାକୁ ପରାମର୍ଶ ଦେଇଛନ୍ତି।  ବରିଷ୍ଠ ପୋଲିସ ଅଧିକାରୀ କେବଳ ସାଲ୍ୟୁଟ୍ ନନେଇ ପ୍ରେସର ନେବା ଦରକାର।  ଯଦି ସରପ୍ରାଇଜ୍ ଚେକ୍ ହେବ ତେବେ ଯାଇ ଯୋଜନା ସଫଳ ହୋଇପାରିବ। …

{"id":168031}

ଅରୂପ ପଟ୍ଟନାୟକ ତ ଦୁଇଟି ଫିଲ୍ମ କହିଲେ କିନ୍ତୁ ଆମ ମନରେ ବି ପ୍ରଶ୍ନ ଗଙ୍ଗାଜଲର (ଦୁଇଟି ଫିଲ୍ମର ଡବଲ ୱିଣ୍ଡୋ) ସୁପରହିରୋ ଅମିତ କୁମାର ହେବା ବେଳକୁ ଅର୍ଦ୍ଧସତ୍ୟର ପୋଲିସ ଅଫିସର ଅନନ୍ତ ବେଲାଙ୍କରର ଡିପ୍ରେସନ ଯଦି ପୋଲିସକୁ ଗ୍ରାସିଲା ଏବଂ ଏହାର  କାରଣଟା ଯଦି ନେତାଙ୍କ  ଚାପ ହୁଏ ତେବେ କଥା ସରିଲା । ଜଣେ ନେତା ଓ ପୋଲିସ ଅଫିସର ଭାବେ ଅରୂପ ଏହାକୁ ଭଲ ଭାବେ ବ୍ୟାଖ୍ୟା କରିପାରିଥାନ୍ତେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.