ଲକ୍ଷ୍ନୈା ୨୦/୧: ‘‘ମୁଁଚ୍ଛେ ହୋ ତୋ ନଥୁଲାଲ ଜୈସି’’….. ‘ନମକ ହଲାଲ’’ ଫିଲ୍ମର ଡାଏଲଗ୍ ତ ଆପଣ ଶୁଣିଥିବେ। ବଲିଉଡରେ ସବୁବେଳେ ନିଶକୁ ଗୁରୁତ୍ବ ଦିଆଯାଇ ଆସିଛି। ବଲିଉଡରେ ବହୁତ କମ୍ ପୋଲିସବାଲା ଥାଆନ୍ତି ଯେଉଁମାନଙ୍କ ନିଶ ନ ଥାଏ। ଏପରି କ୍ଷେତ୍ରରେ ଆମ ପୋଳିସକର୍ମୀଙ୍କ ଠାରେ ବଲିଉଡର ପ୍ରଭାବ ଦେଖାଯିବା ଯଥାର୍ଥ ।
{"id":76242}
ପ୍ରକୃତରେ ଉତ୍ତର ପ୍ରଦେଶ ସରକାର ନିଶ ରଖିଥିବା ପୋଲିସକର୍ମୀଙ୍କ ପାଇଁ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ଯେଉଁ ପୋଲିସକର୍ମୀଙ୍କ ଲମ୍ବା ନିଶ ଦାଢ଼ି ରହିଛି ସେମାନଙ୍କ ନିଶର ଯତ୍ନପାଇଁ ତାଙ୍କୁ ୨୫୦ଟଙ୍କା ମାସକୁ ମାସ ଦିଆଯିବ।
{"id":76243}
ପୂର୍ବରୁ ମଧ୍ୟ ନିଶର ଯତ୍ନ ପାଇଁ ପୋଲିସକର୍ମୀଙ୍କୁ ଭତ୍ତା ଦିଆଯାଉଥିଲା। କିନ୍ତୁ ଏହା ମାତ୍ର ୫୦ଟଙ୍କା ଥିଲା। କିନ୍ତୁ ଏହି ରାଶିକୁ ୨୫୦ଟଙ୍କା ବୃଦ୍ଧି କରାଯାଇଛି। ଅତିରିକ୍ତ ପୋଲିସ୍ ମହାନିର୍ଦ୍ଦେଶକ ସମସ୍ତ ୩୩ଟି ବାଟାଲିୟନ୍ ପାଇଁ ଏହି ବିଜ୍ଞପ୍ତି ଜାରି କରିଛନ୍ତି। ସାଧାରଣ ଜନତାଙ୍କଠାରୁ ପୋଲିସକର୍ମୀ ଭିନ୍ନ ଦେଖାଯିବା ପାଇଁ ଏହିପରି ବିଜ୍ଞପ୍ତି ଜାରି କରାଯାଇଛି। ଏହା ଦ୍ବାରା ପୋଲିସକର୍ମୀ ମଧ୍ୟ ପ୍ରଭାବଶାଳୀ ଦେଖାଯିବେ।
{"id":76244}