ପୋଲିସ ବାବୁଙ୍କ ଦାଦାଗିରି ; ବାଇକ ଚେକିଙ୍ଗ ନାଁରେ ଯୁବକଙ୍କୁ ଥାର୍ଡ଼ ଡିଗ୍ରୀ
4/05/2018 at 12:33 PM

ମାହାଙ୍ଗା ଥାନା ଅନ୍ତର୍ଗତ ଗୋପାଳପୁର ଗାଁର ଜ୍ୟୋତି ରଞ୍ଜନ ଜେନା ଭଉଣୀର ବାହାଘର ପାଇଁ ଜିନିଷ କିଣିବାକୁ ବଜାରକୁ ଯାଇଥିଲେ | ହଠାତ କେନ୍ଦ୍ରାପଡା ସ୍ପେଶାଲ ସ୍କ୍ୱାର୍ଡ ପୋଲିସର ଜଣେ ଅଧିକାରୀ ବାଇକ କାହାର ବୋଲି ପଚାରି ଫାଣ୍ଡିକୁ ନେଇଯାଇଥିଲେ | ସେଠାରେ ଜ୍ୟୋତିଙ୍କୁ ଗାଈ ଗୋରୁ ଭଳି ପିଟିଥିଲେ ପୋଲିସ ବାବୁ | ପ୍ରାୟ ଅଧା ଘଣ୍ଟା ଅତ୍ୟାଚାର ପରେ ଗୋପାଳପୁର ପଞ୍ଚାୟତ ସରପଞ୍ଚଙ୍କୁ ଡକାଇ ଏକ ସାଧା କାଗଜରେ ଲେଖା ନେଇ ଜ୍ୟୋତିଙ୍କୁ ଛାଡିଦେଇଥିଲେ | ଗୁରୁତର ଅବସ୍ଥାରେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି ଜ୍ୟୋତି |