scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବିଚଳିତ କଲା ଅଜଣା ଶିଶୁର କାନ୍ଦ, କର୍ତ୍ତବ୍ୟକୁ ପଛ କରି ପାଲଟିଗଲେ ଯଶୋଦା ମାଆ

25/11/2023 at 3:26 PM

କେରଳ ୨୫/୧୧: ଏମିତି ଜଣେ କର୍ତ୍ତବ୍ୟରତ ମାଆ, ଯିଏକି କର୍ତ୍ତବ୍ୟକୁ ପକାଇଦେଇଛନ୍ତି ପଛରେ । ଆଉ କୁନି ପିଲାର ପେଟକୁ ଚିହ୍ନି, ଭୋକିଲା ମୁହଁରେ ଦେଇଛନ୍ତି ଆହାର । ଆଜ୍ଞା ହଁ କେରଳରୁ ନଜର ଆସିଛି ଏମିତି ହୃଦୟକୁ ଛୁଇଁବା ଭଳି ଘଟଣା । ନିଜ ପିଲା ନହୋଇ ବି ଅନ୍ୟ ପିଲାକୁ କରାଇଛନ୍ତି ସନ୍ତ୍ୟପାନ । ଆସନ୍ତୁ ଜାଣିବା ପୂରା ଘଟଣା ।

ରାହା ଧରି କାନ୍ଦୁଥିଲା ୪ ମାସର ପିଲା । କାରଣ ବାପା ଜେଲ୍‌ରେ । ଆଉ ମାଆ ହସ୍ପିଟାଲ ବେଡରେ ମୃତ୍ୟୁ ସହ କରୁଛି ସଂଗ୍ରାମ । କହିବାକୁ ଗଲେ ବିହାର ଦମ୍ପତ୍ତି କିଛିଦିନ ଧରି ରହିଆସୁଥିଲେ କେରଳରେ । କୌଣସି କାରଣରୁ ଜେଲ୍‌ ଭୋଗିଥିଲେ ଘରର ମୁଖିଆ । ଫଳରେ ଅନାଥ ହୋଇପଡିଥିଲେ ମାଆ ଓ ୪ ଛୁଆ । ଅସହାୟକୁ ସାହା ହେବା ଭଳି ଏମାନଙ୍କୁ ମହିଳା ଥାନାକୁ ନେଇ ଆସିଥିଲା ପୋଲିସ । ହେଲେ ହଠାତ୍ ଥାନାରେ ଅସୁସ୍ଥ ହୋଇପଡିଥିଲା ମାଆ । ୩ ଛୁଆ ବଡ ଥିବାରୁ କୌଣସି ମତେ ବୁଝିଯାଇଥିଲେ । କିନ୍ତୁ ବୁଝିନଥିଲା ୪ ମାସର ଛୁଆ ।

ଭୋକ ବିକଳରେ ରାହା ଧରି କାନ୍ଦିଥିଲା ଶିଶୁ । ଆଖିରୁ ବୋହିଚାଲିଥିଲା ଲୁହ । ମାଆକୁ ପାଖରେ ନପାଇ ରାହା ଖୋଜୁଥିଲା ପିଲା । ଆଉ ଏସବୁ ଦେଖିଥିଲେ ଥାନାରେ ଥିବା ମହିଳା ପୋଲିସ ଅଧିକାରୀ । ଆଉ ଜାଗି ଉଠିଥିଲା ଭିତରେ ଥିବା ମାଆର ମମତା । ଡ୍ୟୁଟି ଛାଡି କୋଳେଇ ନେଇଥିଲେ ପିଲାକୁ । ଏମିତିକି ନିଜ କ୍ଷୀର ଦେଇ ପିଲାକୁ କରାଇଥିଲେ ଶାନ୍ତ ।  କାରଣ ସେ ବି ଗୋଟେ ୯ ମାସ ପିଲାର ମାଆ ।

ମହିଳା ପୋଲିସ କର୍ମଚାରୀଙ୍କ ଜଣଙ୍କ ହେଉଛନ୍ତି ‘ଆର୍ଯ୍ୟା’ । ସେପଟେ ‘ଆର୍ଯ୍ୟା’ଙ୍କ ଏମିତି ମହତ କାର୍ଯ୍ୟ ପରେ ଛୁଟିଛି ପ୍ରଶଂସାର ସୁଅ । ଏମିତିକି ବଡ ବଡ ଅଫିସର ବି ମହିଳା ଅଫିସରଙ୍କୁ କରୁଛନ୍ତି ସାଲ୍ୟୁଟ୍ । କେହି କେହି କହୁଛନ୍ତି ମାଆ ହେବ ତ ଆର୍ଯ୍ୟାଙ୍କ ଭଳି ।

you can also read….

   Related Posts