ଖୋର୍ଦ୍ଧା ଗୁଳିକାଣ୍ଡକୁ ବିତିଲାଣି ୪ଦିନ, ହତ୍ୟାକାରୀକୁ ଧରିପାରୁନି ପୋଲିସ

Published By : Prameya-News7 Bureau | December 19, 2019 IST

ଖୋର୍ଦ୍ଧା ୧୯।୧୨: ଖୋର୍ଦ୍ଧା ଗୁଳିକାଣ୍ଡ ଘଟଣାକୁ ୪ ଦିନ ବିତିଲାଣି । କିନ୍ତୁ ହତ୍ୟାକାରୀ ପାଖରେ ପହଞ୍ଚି ପାରୁନି ପୋଲିସ । ପ୍ରାଥମିକ ତଦନ୍ତରୁ ଗୁଳିମାଡ କରିଥିବା ଦୁର୍ବୃତ୍ତ ଜଣେ ସୁପାରି କିଲର ଏବଂ ସେ ଖୋର୍ଦ୍ଧା ବାହାରର ବୋଲି ପୋଲିସକୁ ସୁରାକ ମିଳିଛି । ତଦନ୍ତ ପାଇଁ ଗଠନ ହୋଇଥିବା ୪ଟି ଟିମ୍ ବିଭିନ୍ନ ସ୍ଥାନରେ ଛାନଭିନ କରୁଛି । ଖୁବଶୀଘ୍ର ପୋଲିସ ଅପରାଧୀ ପାଖରେ ପହଞ୍ଚିବ ବୋଲି ଖୋର୍ଦ୍ଧା ଏସପି ସୂଚନା ଦେଇଛନ୍ତି । ତେବେ ଅଭିଯୁକ୍ତ ଧରାପଡିନି ।

ଏପଟେ ହତ୍ୟାକାରୀଙ୍କ ଗିରଫ ଦାବିରେ ଆନ୍ଦୋଳନକୁ ଓହ୍ଲାଇଥିଲା ଜିଲ୍ଲା ଔଷଧ ବିତରଣ ସଂଘ । ଏସପିଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନକୁ ୭ ଦିନ ସ୍ଥଗିତ ରହିଛି ।

ଗତ ରବିବାର ସନ୍ଧ୍ୟାରେ ଖୋର୍ଦ୍ଧା ନୂଆ ମେଡିକାଲ ରୋଡରେ ଥିବା ଶିଶୁରୋଗ ବିଶେଷଜ୍ଞ ଡାକ୍ତର ମାନସ ରଞ୍ଜନ ଦାଶଙ୍କ କ୍ଲିନିକ ଭିତରେ ପଶି ଜଣେ ଦୁର୍ବୃତ୍ତ ଡାକ୍ତରଙ୍କୁ ଉପରକୁ ଗୁଳିମାଡ କରିଥିଲା । ଡାକ୍ତରଙ୍କୁ ବଞ୍ଚାଇବାକୁ ଆସି ଗୁଳି ଖାଇଥିଲେ ଔଷଧ ଦୋକାନୀ କୃଷ୍ଣଚନ୍ଦ୍ର ସାହୁ । ସୋମବାର ଚିକିତ୍ସାଧୀନ ଅବସ୍ଥାରେ କୃଷ୍ଣଚନ୍ଦ୍ରଙ୍କର ମୃତ୍ୟୁ ହୋଇଥିଲା । ଏବେ ବି ଡାକ୍ତରଖାନାରେ ଡାକ୍ତର ମାନସ ରଞ୍ଜନ ଦାସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.