ଜେଲ୍ରୁ ଫେରିବା ପରେ ବି ମୋବାଇଲ୍ ଫେରାଉନାହିଁ ପୋଲିସ : ଏସ୍‌ପିଙ୍କୁ ଦିବ୍ୟାଙ୍ଗଙ୍କ ଗୁହାରି

Published By : Prameya-News7 Bureau | June 13, 2022 IST

ଭଦ୍ରକ ୧୩।୬: ଗଣ୍ଡଗୋଳ ମାମଲାରେ ଜେଲ୍ ଯାଇଥିଲେ ଦିବ୍ୟାଙ୍ଗ ଯୁବକ । କୋର୍ଟ ଚାଲାଣ ବେଳେ ଦୁଇଟି ମୋବାଇଲ ଜବତ କରିଥିଲା ପୋଲିସ । କିନ୍ତୁ ଜେଲରୁ ମୁକୁଳିବା ପରେ ମଧ୍ୟ ପୋଲିସ ମୋବାଇଲ ଫେରାଉନଥିବା ଅଭିଯୋଗ ଆଣିଛନ୍ତି ଦିବ୍ୟାଙ୍ଗ । ଥାନାକୁ ଦୌଡ଼ି ଦୌଡ଼ି ଶେଷରେ ଏସପିଙ୍କୁ ଭେଟି ମୋବାଇଲ ଫେରାଇବା ପାଇଁ ଅନୁରୋଧ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ନାୟକାଣିଡିହି ଥାନା ଲକ୍ଷ୍ମୀଦାସପୁର ଗାଁର ବିଜୟ ଦଳାଇ ଏକ ଗଣ୍ଡଗୋଳ କେସରେ ଜେଲ ଯାଇଥିଲେ । ଜେଲ ଯିବାବେଳେ ତାଙ୍କ ନିକଟରୁ ଦୁଇଟି ମୋବାଇଲ ପୋଲିସ ଜବତ କରିଥିବା ବୋଲି ବିଜୟ କହିଥିଲେ । କିନ୍ତୁ ଜେଲରୁ ଫେରିବା ପରେ ମୋବାଇଲ ଫେରିପାଇବା ପାଇଁ ବାରମ୍ବାର ଥାନାକୁ ଯାଇ ନିବେଦନ କରିଥିଲେ । କିନ୍ତୁ ପୋଲିସ ମୋବାଇଲ ଫରାଉନଥିବା ଅଭିଯୋଗ ନେଇ ଭଦ୍ରକ ଏସପିଙ୍କ ନିକଟରେ ଅଭିଯୋଗ ଆଣିଛନ୍ତି ବିଜୟ । ଦିବ୍ୟାଙ୍ଗ ହୋଇଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଓ ମୋବାଇଲ ଫେରି ପାଇବା ପାଇଁ ଭଦ୍ରକ ଏସପିଙ୍କୁ ଅନୁରୋଧ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.