ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଭୁଲ୍ କଲା କିଏ ଭୋଗିଲା ଆଉ କିଏ ? ଜଣଙ୍କ ନାମରେ ୱାରେଣ୍ଟ, ଆଉ ଜଣଙ୍କୁ ଉଠାଇନେଲେ ପୋଲିସ୍

16/07/2022 at 10:37 AM

ଭଦ୍ରକ ୧୬/୦୭: ଜଣଙ୍କ ନାମରେ ୱାରେଣ୍ଟ, ଆଉ ଜଣଙ୍କୁ ଉଠାଇନେଲା ପୋଲିସ । ଭଦ୍ରକ ଜିଲ୍ଲା ବନ୍ତ ପୋଲିସ ବିରୋଧରେ ଏସପିଙ୍କ ଦ୍ୱାରସ୍ଥ ହେବେ ଦିବ୍ୟାଙ୍ଗ ବୃଦ୍ଧ । ଅଭିଯୁକ୍ତ ନ ହୋଇବି ବଳପୂର୍ବକ ଘରୁ ପୋଲିସ ଉଠାଇ ନେଇଥିବା ଅଭିଯୋଗ ହୋଇଛି । ପ୍ରାୟ ୨୯ ବର୍ଷ ତଳର ଏକ ପୁରୁଣା ମାମଲାରେ କୋର୍ଟ ପକ୍ଷରୁ ଜାରି ହୋଇଥିବା ୱାରେଣ୍ଟ ବଳରେ ତାଙ୍କୁ ବଳପୂର୍ବକ ଘରୁ ଉଠାଇ ଆଣିଥିବା ବେଳେ ଥାନାରେ ଦସ୍ତଖତ କରିବା ସମୟରେ କାଗଜପତ୍ର ଯାଞ୍ଚ କଲାବେଳେ ସେ ନୁହଁନ୍ତି ବୋଲି ଜଣାପଡ଼ିଥିଲା ।

ଏହି ଘଟଣାରେ ବୃଦ୍ଧ ଦିବ୍ୟାଙ୍ଗଙ୍କ ସମ୍ମାନ ହାନି ହୋଇଥିବା ଦର୍ଶାଇ ସଂପୃକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିକାକୁ ନିବେଦନ କରିଛନ୍ତି । ମାତ୍ର ଏସପିଙ୍କ ପକ୍ଷରୁ ଏଯାବତ କୌଣସି ନ୍ୟାୟ ପାଇନଥିବାରୁ ଆଗାମି ୧୫ଦିନ ମଧ୍ୟରେ ନ୍ୟାୟ ନମିଳିଲେ ଭିନ୍ନକ୍ଷମ ସୁରକ୍ଷା ମଞ୍ଚର ସହଯୋଗରେ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ।

ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ପଧାନପଡା ଗ୍ରାମରେ । ବନ୍ତ ଥାନାର ୧୯୯୩ ମସିହାର ଏକ ପୁରୁଣା କେଶ ନମ୍ବର ୧୩୩ ମୂଳେ ଘରୁ କାର୍ତ୍ତିକ ଚନ୍ଦ୍ର ଜେନାଙ୍କୁ ବଳପୂର୍ବକ ଉଠେଇ ଆଣିଥିଲେ । ମାତ୍ର କୋର୍ଟ ଚାଲାଣ ପୂର୍ବରୁ ଥାନାରେ ଅଭିଯୁକ୍ତ ଭାବେ ଦସ୍ତଖତ କରିବା ସମୟରେ କାଗଜପତ୍ର ଯାଞ୍ଚ କରାଯିବା ବେଳେ ଉକ୍ତ ମାମଲାର ଅଭିଯୁକ୍ତ ସ୍ଥାନୀୟ ଚାଇଁପୁର ଗ୍ରାମର କାର୍ତ୍ତିକ ଜେନା ବୋଲି ଜଣାପଡିଥିଲା ।

ଆଇଆଇସିଙ୍କ ହସ୍ତକ୍ଷେପରେ ଦିବ୍ୟାଙ୍ଗ ବୃଦ୍ଧଙ୍କୁ ଛାଡି ଦିଆ ଯାଇଥିଲା । ତେବେ ଶହେ ଦୋଷୀ ବରଂ ଖସି ଯାଆନ୍ତୁ ହେଲେ ନିର୍ଦୋଷ ଦଣ୍ଡ ନପାଉ ଏପରି ଭାରତୀୟ ଆଇନ ବ୍ୟବସ୍ଥା ହୋଇଥିବା ବେଳେ ଏହି ବନ୍ତ ପୋଲିସ ନଜାଣି ୱାରେଣ୍ଟ ନଦେଖି ଦିବ୍ୟାଙ୍ଗ କାର୍ତ୍ତିକ ଜେନାଙ୍କୁ ଥାନାକୁ ଆଣିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।

ତେବେ ଏନେଇ କାର୍ତ୍ତିକ ମୁଖ୍ୟମନ୍ତ୍ରୀ, ପୋଲିସ ଡିଜି ଓ ଅନ୍ୟ ବିଭାଗ ଗୁଡିକୁ ଅବଗତ କରାଇଛନ୍ତି । ତେବେ ବନ୍ତ ଥାନା ଅଧିକାରୀ ଗଣମାଧ୍ୟମ ସମ୍ମୁଖ ରେ କିଛି କହିନଥିଲେ ବି, ମୌଖିକ ଭାବେ କହିଛନ୍ତି ଯେ ନାମ ଓ ବାପାଙ୍କୁ ନାମ ସମାନ ଥିବାରୁ ଭୁଲବସତ କାର୍ତ୍ତିକଙ୍କୁ ଥାନାକୁ ଅଣାଯାଇଥିଲା । କିନ୍ତୁ କାଗଜପତ୍ର ଯାଞ୍ଚ ବେଳେ ଜଣାପଡିବାରୁ ତାଙ୍କୁ ଘରେ ଛାଡିଦିଆଯାଇଛି ।

   Related Posts