ଏସ୍‌ପିଙ୍କ କାର୍ଯ୍ୟାଳୟ ନିକଟରେ ଜଣେ ମହିଳା ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିବା ଏକ ଆଶ୍ଚର୍ଯ୍ୟନଜନ ଘଟଣା ନୁହେଁ କି?

Published By : Prameya-News7 Bureau | February 20, 2020 IST

ବ୍ରହ୍ମପୁର୨୦/୨: ଆରପାରିକୁ ଚାଲିଗଲେ ମିିନାକ୍ଷୀ। ଗତ ଫେବ୍ରୁଆରି ୧୩ରେ ବ୍ରହ୍ମପୁର ଏସପି ଅଫିସ ସାମ୍ନାରେ ଆତ୍ମାହୁତି ଉଦ୍ୟମ କରିଥିବା ମହିଳା ମିନାକ୍ଷୀ ମିଶ୍ରଙ୍କର ଆଜି ଦେହାନ୍ତ ହୋଇଛି । ଏସପିଙ୍କ ସହ ଦେଖା ନ ହେବା, ଏସପିଙ୍କ କାର୍ଯ୍ୟାଳୟ ସାମ୍ନାରେ ମହିଳା ନିଜ ଦେହରେ ନିଆଁ ଲଗାଇବା।

ଏହି ତମାମ ଘଟଣାରେ ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏସପିଙ୍କ କାର୍ଯ୍ୟାଳୟ ପରିସରରେ ଦିନ ଦ୍ବିପହରେ ଜଣେ ମହିଳା ଦେହ ନିଆଁ ଲଗାଇବା ଏକ ଆଶ୍ଚର୍ଯ୍ୟଜନକ ଘଟଣା ନୁହେଁ କି?  ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚକିତ୍ସାଧୀନ ଅବସ୍ଥାରେ ଆଖି ବୁଝିଛନ୍ତି ମିନାକ୍ଷୀ । ଘର ସାମ୍ନାରେ  ପାର୍କିଂକୁ ନେଇ ଏକ ଗଣ୍ଡଗୋଳ ମାମଲାରେ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଥିବା ପୁଅକୁ ପୋଲିସ କାହିଁକି ଗିରଫ କଲା ତାକୁ ନେଇ ପ୍ରଶ୍ନ ଉଠାଇବା ସହ ନ୍ୟାୟ ପାଇଁ ଏସପି ଅଫିସ ଯାଇଥିଲେ ମିନାକ୍ଷୀ ।

ସେଠାରେ ଏସପିଙ୍କ ସହ ଦେଖା ନହେବାରୁ ନିଜ ଦେହରେ ନିଜେ କିରୋସିନ୍‌ ଢ଼ାଳି ନିଆଁ ଲଗାଇ ଦେଇଥିଲେ । ସେଠାରେ ଉପସ୍ଥିତ ପୋଲିସ କର୍ମୀ ମିନାକ୍ଷୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିବା ସହ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରିଥିଲେ । ମିନାକ୍ଷୀଙ୍କ ଶରୀର ୯୫ପ୍ରତିଶତ ପୋଡ଼ି ଯାଇଥିବା ବେଳେ ସେଠାରୁ କଟକ ଏସସିବିକୁ ଓ ପରେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାକୁ ତାଙ୍କୁ ସ୍ଥାନାନ୍ତର କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.