scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସୀମାନ୍ତରେ ନକ୍ସଲ ହମ୍‌ଲା, ନକ୍ସଲଙ୍କ ଗୁଳିରେ ଜଣେ ସୁରକ୍ଷାକର୍ମୀ ନିହତ

17/12/2023 at 11:17 AM

ମାଲକାନଗିରି ୧୭।୧୨ : ମାଲକାନଗିରି ଛତିଶଗଡ଼ ସୀମାନ୍ତ ସୁକୁମା ଜିଲ୍ଲାରେ ନକ୍ସଲ ହମ୍‌ଲା । ନକ୍ସଲଙ୍କ ଗୁଳିରେ ଜଣେ ସିଆରପିଏଫ୍‌ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ଜଣେ ଯବାନ ଗୁରୁତର ହୋଇଛନ୍ତି । ଗୁରୁତର ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ଛତିଶଗଡ଼ ସୀମାନ୍ତ ସୁକୁମା ଜିଲ୍ଲା ଜଙ୍ଗଲରେ ରବିବାର ସକାଳେ ଜାଗରକୋଣ୍ଡା ସିଆରପିଏଫ କ୍ୟାମ୍ପର ଯବାନ ମାନେ ସର୍ଚ୍ଚ ଅପରେସନ କରୁଥିଲେ । କ୍ୟାମ୍ପ ଠାରୁ କିଛି ଦୂରରେ ପୁର୍ବରୁ ଆମ୍ବୁସ ପକାଇ ବସିଥିବା ମାଓବାଦୀ ମାନେ ଯବାନଙ୍କ ଉପରକୁ ଗୁଳି ଚାଳନା କରିଥିଲେ । ଯାହାର ଦୃଢ ଜବାବ ଦେଇଥିଲେ ସୁରକ୍ଷାକର୍ମୀ । ତେବେ ନକ୍ସଲଙ୍କ ଗୁଳିରେ ଜଣେ ଯବାନଙ୍କ ଛାତିରେ ଗୁଳି ବାଜିଥିବା ବେଳେ ଅନ୍ୟ ଜଣଙ୍କ ଗୋଡରେ ଗୁଳି ବାଜିଛି । ଗୁରୁତର ଆହତ ଯବାନଙ୍କୁ ଜାଗରକୋଣ୍ଡା ସିଆରପିଏଫ କ୍ୟାମ୍ପକୁ ନିଆଯାଇଛି । ସେଠାରେ ତାଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଥିବା ବେଳେ ବାୟୁ ସେନାର ହେଲିକେପ୍ଟର ଯୋଗେ ରାୟପୁର ସ୍ଥାନାନ୍ତର କରାଯିବ ବୋଲି ସୁକୁମା ଏସପି ସୂଚନା ଦେଇଛନ୍ତି ।

   Related Posts