ଆପାର୍ଟମେଣ୍ଟରୁ ସିରିଜ୍ ଲୁଟ୍ ଘଟଣା, ସିସିଟିଭି ଲଗାଇବାକୁ ପୋଲିସ କମିଶନରଙ୍କ ଅନୁରୋଧ

Published By : Prameya-News7 Bureau | February 25, 2024 IST

ଭୁବନେଶ୍ୱର ୨୫।୦୨ : ରାଜଧାନୀରେ ଆପାର୍ଟମେଣ୍ଟରୁ ସିରିଜ୍ ଲୁଟ୍ ଘଟଣା ନେଇ କମିଶନରେଟ ପୋଲିସର ଗୁରୁତ୍ୱପୂର୍ଣ୍ଣ ବୈଠକ। ପୋଲିସ କମିଶନର ସଂଜୀବ ପଣ୍ଡା ବିଭିନ୍ନ ଆପାର୍ଟମେଣ୍ଟ ବାସୀଙ୍କ ସହ ଆଲୋଚନା କରିଛନ୍ତି। ଆପାର୍ଟମେଣ୍ଟରେ ଭଲ ସିସିଟିଭି କ୍ୟାମେରା ଲଗାଇବାକୁ ପୋଲିସ କମିଶନର ଅନୁରୋଧ କରିଛନ୍ତି ।

wp:html /wp:html

ସେହିପରି ପାରିପାର୍ଶ୍ବିକ ସୁରକ୍ଷା ଉପରେ ଗୁରୁତ୍ବ ଦେବାକୁ କହିଛନ୍ତି। ଆପାର୍ଟମେଣ୍ଟ ଚାରିପଟେ ଉଚ୍ଚ ପାଚେରୀ କରିବା ସହ ଲୁହା ଫେନ୍ସିଂ ଲଗାଇବାକୁ ଅନୁରୋଧ କରିଛନ୍ତି। ପର୍ଯ୍ୟାପ୍ତ ତାଲିମ ପ୍ରାପ୍ତ ସିକ୍ୟୁରିଟି ଗାର୍ଡ ନିୟୋଜିତ କରିବା ସହ ଆଲାର୍ମ ସିଷ୍ଟମ ଏବଂ ମୋସନ୍ ଡିଟେକ୍ଟର୍ ରଖିବାକୁ କହିଛନ୍ତି ପୋଲିସ କମିଶନର। ନିକଟସ୍ଥ ଥାନା ନମ୍ବର ଆପାର୍ଟମେଣ୍ଟ ସିକ୍ୟୁରିଟି ଗାର୍ଡ ପାଖରେ ରହିବା ଆବଶ୍ୟକ। ଲୁଟ ହେଲେ ତୁରନ୍ତ ଥାନାକୁ ଯୋଗାଯୋଗ କରିବେ ଗାର୍ଡ। ଘର ଛାଡ଼ି ଗଲେ କିଏ ଆସିଛି ଯାଇଛି ତାହା ଜାଣିବା ଲାଗି ଲାଇଭ୍ କ୍ୟାମେରା ଲଗାଇବାକୁ ମଧ୍ୟ କହିଛନ୍ତି ପୋଲିସ କମିଶନର ସଂଜୀବ ପଣ୍ଡା ।

wp:embed {"url":"https://www.prameyanews7.com/meteorological-centre-alert-for-14-dist/","type":"wp-embed","providerNameSlug":"prameya-news-7"}
https://www.prameyanews7.com/meteorological-centre-alert-for-14-dist/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.