ଡାହାଣୀ ସନ୍ଦେହରେ ପୁରୁଷ ଓ ମହିଳାଙ୍କୁ ୧୨ ଘଣ୍ଟା ବାନ୍ଧିବା ଘଟଣା, ୭ ଜଣଙ୍କ ନାଁରେ ଥାନାରେ ମାମଲା

Published By : Prameya-News7 Bureau | November 29, 2023 IST

କରଞ୍ଜିଆ ୨୯।୧୧ : ଅନ୍ଧବିଶ୍ୱାସରୁ ବର୍ବରକାଣ୍ଡ । ଡାହାଣୀ ସନ୍ଦେହ ଜଣେ ମହିଳା ଏବଂ ଜଣେ ପୁରୁଷଙ୍କୁ ୧୨ ଘଣ୍ଟା କାଳ ଏକ ଘରେ ବାନ୍ଧି ନିର୍ଯାତନା ଦେବା ଘଟଣା । ୭ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ । ମୟୁରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଅଙ୍ଗାରପଦା ଗାଁରେ ଘଟିଛି ଏହି ଘଟଣା ।

wp:embed {"url":"https://www.prameyanews7.com/two-persons-including-a-women-in-one-house-by-villagers/","type":"wp-embed","providerNameSlug":"prameya-news-7"}
https://www.prameyanews7.com/two-persons-including-a-women-in-one-house-by-villagers/
/wp:embed

ଖବର ଅନୁଯାୟୀ,  ସୋମବାର ବିଳମ୍ବିତ ରାତିରେ ଜଣେ ମହିଳା ଓ ପୁରୁଷ ଗାଁ ମଶାଣୀରେ ଉଲଗ୍ନ ହୋଇ ପୂଜା କରୁଥିବାରେ ଦେଖିଥିଲେ ସ୍ଥାନୀୟଲୋକେ । ଏହାପରେ ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚି  ସେମାନଙ୍କୁ ଧରି ଏକ ଘରେ ୧୨ ଘଣ୍ଟା କାଳା ବାନ୍ଧିକି ରଖିଥିଲେ । ଏହାସହ ଉଭୟଙ୍କୁ ମାଡମାରି ନିର୍ଯାତନା  ବି ଦେଇଥିଲେ । ମଙ୍ଗଳବାର ଦିନ ଗାଁରେ କଙ୍ଗାରୁ କୋର୍ଟ ଚାଲିଥିବା ବେଳେ ପହଞ୍ଚିଥିଲା ଯଶୀପୁର ଥାନା ପୋଲିସ । ଏହାପରେ ଉଭୟ ପୁରୁଷ ଓ ମହିଳାଙ୍କୁ ଉଦ୍ଧାର କରିଥିଲା । ପୀଡିତ ପୁରୁଷ ଜଣକ ଲିଖିତ ଭାବେ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇ ଗାଁର ୭ ଜଣଙ୍କ ନାଁରେ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି । ଆବଶ୍ୟକ ପଡିଲେ ସେମାନଙ୍କୁ ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

wp:embed {"url":"https://www.prameyanews7.com/virat-kohli-injured-pic-viral-on-social-media/","type":"wp-embed","providerNameSlug":"prameya-news-7"}
https://www.prameyanews7.com/virat-kohli-injured-pic-viral-on-social-media/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.