ଝିମିଟିଖେଳରୁ ମହାଭାରତ: ନେମାଳ ଥାନା ଅନ୍ତର୍ଗତ ବେହେରା ସାହି ଓ କାକୁଡିଆପଡାର ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଜାଳିଦେଲେ ପୋଲିସ ଜିପ୍
27/08/2018 at 8:19 AM

ନିଶ୍ଚିନ୍ତକୋଇଲି୨୭|୮: କଟକ ଜିଲ୍ଲା ନେମାଳ ଥାନା ନରେନ୍ଦ୍ରପୁର ଠାରେ ସମାନ୍ୟ କଥା କୁ କେନ୍ଦ୍ର କରି ବେହେରା ସାହି ଓ କାକୁଡିଆପଡା ମଧ୍ୟରେ ଗଣ୍ଡଗୋଳ ଉଗ୍ର ରୂପ ନେଇଛି । ଦୁଇ ଗୋଷ୍ଠୀ ମଧ୍ୟରେ ଚାଲିଥିବା ଗଣ୍ଡଗୋଳ ଏବଂ ରାସ୍ତାରୋକ ବନ୍ଦ କରିବା ପାଇଁ ଆଜି ଅପରାହ୍ନରେ ପୋଲିସ ଉଦ୍ୟମ କରୁଥିବାବେଳେ ଲଂକାକାଣ୍ଡ ଘଟିଛି । ରାସ୍ତାରୋକ ଚାଲିଥିବାବେଳେ ପୋଲିସ ଉପସ୍ଥିତିରେ ଦୁଇଗୋଷ୍ଠୀ ମଧ୍ୟରେ ପୁଣି ଆକ୍ରମଣ ପ୍ରତିଆକ୍ରମଣ ଆରମ୍ଭ ହୋଇଥିଲା । ଗୋଟିଏ ଗୋଷ୍ଠୀର ଉତ୍ତ୍ୟକ୍ତ ଲୋକେ କାକୁଡିଆପଦା ଗାଁ ଭିତରକୁ ଧସେଇ ପଶିଥିଲେ ଏବଂ ଏକ ଗୁହାଳ ରେ ନିଆଁ ଲଗାଇ ଦେଇଥିଲେ। ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡାଇବା ପାଇଁ ପୋଲିସ ଲାଠି ମାଡ଼ କରିଥିଲା। ଉତ୍ତ୍ୟକ୍ତ ଲୋକେ ପୋଲିସ ଜିପ ପୋଡି ଦେଇଛନ୍ତି। ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ଅଛି।
ସୂଚନାଯୋଗ୍ୟଯେ, ଦୁଇସାହିର ଦୁଇଗୋଷ୍ଠୀ ମଧ୍ୟରେ ଆଜି ସକାଳୁ ହିଁ ଗ
ଣ୍ଡଗୋଳ ଆରମ୍ଭ ହୋଇଯାଇଥିଲା । ଆଜି ସକାଳୁ ୨ ଜଣ ଗାଁର ସ୍କୁଲ ଛାତ୍ର ଓ କଲେଜ ପଢୁଆ ଛାତ୍ର ସାମାନ୍ୟ କଥା କଟାକଟି ରୁ ସୃଷ୍ଟି ହୋଇଥିଲା ମହାଭାରତ। ବେହେରା ସାହି ଗାଁ ର ସୋନୁ ଏବଂ ବିକୁ ରାସ୍ତା ରେ ଏକ ଟ୍ରଲି ନେବାକୁ ନେଇ ହୋଇଥିଲା ଉଚ୍ଚବାଚ। ଯାହାକୁ ସୋନୁ ସ୍ଥାନୀୟ କାକୁଡିଆପଦା ଗାଁର ଏକ ମୁସଲମାନ ସାଙ୍ଗକୁ ଜଣାଇଥିଲା। ସେହି ମୁସଲମାନ ସାଙ୍ଗ କିଛି ସାଥିଙ୍କୁ ଧରି ବିକୁ ଘରେ ଆସି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲା। ଫଳରେ ବିକୁ ର ପରିବାର ଏହି ଗାଳିଗୁଲଜ କରୁଥିବା ପିଲାଙ୍କୁ ବାନ୍ଧି ପକାଇଥିଲେ। ଖବର ପାଇ ଏହି ମୁସଲମାନ ପିଲାଙ୍କ ଅଭିବାବକ ଆସି ଆପୋଷ ସମାଧାନ କରି ପିଲାକୁ ଉଦ୍ଧାର କରିଥିଲେ। ପରେ ଉଭୟ ବିକୁ ଓ ସୋନୁଙ୍କ ପରିବାର ପକ୍ଷରୁ ନେମାଳ ଥାନାରେ ଅଭିଯୋଗ କରିବାକୁ ଯାଇଥିବା ବେଳେ ପ୍ରାୟ ୫୦ ରୁ ୧୦୦ ମୁସଲମାନ ଯୁବକ ବିଭିନ୍ନ ପ୍ରକାର ମାରଣାସ୍ତ୍ର ସହ ଆସି ବିକୁଙ୍କ ଘରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଫଳରେ ୭ରୁ ଅଧିକ ଲୋକ ଗୁରୁତର ହୋଇ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣା ପରେ ଉତ୍ୟକ୍ତ ଲୋକେ ଓ ବଜରଙ୍ଗ ଦଳ ପକ୍ଷରୁ କଟିକଟା-ଜଇପୁର ରାସ୍ତାର ନରେନ୍ଦ୍ରପୁରଠାରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ନେମାଳ ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ବି ରାସ୍ତା ଅବରୋଧ ହଟିନଥିଲା।