ଶିଜାନ୍‌ଙ୍କୁ ବିନା ଚପଲରେ କୋର୍ଟଙ୍କୁ ନେଲା ପୋଲିସ, ଭିଡିଓ ଦେଖି ରାଗିଗଲେ ୟୁଜର୍ସ

Published By : Prameya-News7 Bureau | December 29, 2022 IST

ମୁମ୍ଵାଇ ୨୯।୧୨: ଟେଲି ଅଭିନେତ୍ରୀ ତୁନିଶା ଶର୍ମା। ୨୦ ବର୍ଷ ବୟସରେ ନିଜ ଟିଭି ସୋ 'ଅଲି ବାବା: ଦସ୍ତାନ-ଇ-କାବୁଲ'ର ସେଟରେ ଫାଶୀ ଲଗାଇ ନିଜ ଆତ୍ମହତ୍ୟା କରିଥିଲେ। ଝିଅର ଆତ୍ମହତ୍ୟା ପାଇଁ ତାଙ୍କ ମା ପୂର୍ବତନ ପ୍ରେମିକ ତଥା କୋ-ଷ୍ଟାର ଶିଜାନ ଖାନଙ୍କୁ ଦାୟୀ କରିଛନ୍ତି। ଏହା ସହିତ ତାଙ୍କ ବିରୋଧରେ ଆତ୍ମହତ୍ୟା ପାଇଁ ଏକ ମାମଲା ରୁଜୁ ହୋଇଛି। ଶିଜାନ ବର୍ତ୍ତମାନ ପୋଲିସ ରିମାଣ୍ଡରେ ଅଛନ୍ତି। ନିକଟରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଏହି ସମୟ ମଧ୍ୟରେ, ଶିଜାନଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି । ଯାହାକୁ ଦେଖି ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିନା ଚପଲରେ ନିଆଯିବା ନେଇ ଲୋକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

{"id":726742,"sizeSlug":"full","linkDestination":"none"}

୨୮ ଡିସେମ୍ବର ୨୦୨୨ରେ ଶିଜାନ ପୋଲିସ ହେପାଜତରେ ଥିଲେ। ନିକଟରେ ତାଙ୍କୁ ଭାସାଇ କୋର୍ଟରେ ହାଜର କରାଯାଇଥିଲା । ଯେଉଁଠାରେ ତାଙ୍କର ରିମାଣ୍ଡରେ ଆଉ ଦୁଇ ଦିନ ବୃଦ୍ଧି କରାଯାଇଛି। ଏହି ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ପୋଲିସ ଶିଜାନଙ୍କୁ ବିନା ଚପଲରେ କୋର୍ଟକୁ ଟାଣି ନେଉଥିବା ଦେଖିବାକୁ ମିଳିଛି। ପାପାରାଜି ଏବଂ ଗଣମାଧ୍ୟମ ତାଙ୍କୁ ଘେରି ରହିଥିଲେ। ସେମାନଙ୍କୁ ଏଡାଇବା ପାଇଁ ପୋଲିସ ତରବରିଆ ଭାବେ କୋର୍ଟ ଭିତରକୁ ଯାଉଥିଲା।

wp:html
/wp:html

ଏହି ସମୟରେ, ପୋଲିସ କିପରି ଭାବରେ ଶିଜାନଙ୍କୁ ଟାଣି ନେଉଥିଲା। ଲୋକମାନେ ଏହାକୁ ବିରୋଧ କରିଛନ୍ତି। ଖାଲି ପାଦରେ ଅଭିନେତାକୁ ଦେଖି ୟୁଜର୍ସ ଭଡକିଛନ୍ତି। ସୋସିଆଲ ମିଡିଆରେ ଲୋକମାନେ ଏଥିରେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । ଏହାକୁ ଅମାନବୀୟ ବୋଲି କହୁଛନ୍ତି। ଜଣେ ୟୁଜର୍ସ କହିଛନ୍ତି ଯେ ଜଣେ ଅଭିଯୁକ୍ତଙ୍କ ପ୍ରତି ଏହା କରିବା ଏକ ଅମାନବୀୟ ଉପାୟ। ଅନ୍ୟ ଜଣେ ମନ୍ତବ୍ୟ ଦେଇଛନ୍ତି, ଏହା ଏକ ଲଜ୍ଜାଜନକ ଆଚରଣ। ଏହିପରି ଲୋକମାନେ ପୋଲିସ ଏବଂ ଗଣମାଧ୍ୟମ ଉପରେ ନିଜର କ୍ରୋଧ ପ୍ରକାଶ କରୁଛନ୍ତି। ବର୍ତ୍ତମାନ ପୋଲିସ ଶିଜାନଙ୍କ ଠାରୁ ସତ ବାହାର କରିବାରେ ନିୟୋଜିତ ଅଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.