ଡାକ୍ତରଙ୍କଠାରୁ ମାଡ ଖାଇ ରୋଗୀଙ୍କ ସମ୍ପର୍କୀୟ ଜେଲରେ –ଖୁଲମ ଖୁଲା ବୁଲୁଛନ୍ତି ମାଡ ମାରିଥିବା ଡାକ୍ତର , ଏପଟେ ପୁଲିସ କହୁଛି ତଦନ୍ତ ଚାଲିଛି

Published By : Prameya-News7 Bureau | October 23, 2019 IST

ସମ୍ବଲପୁର/ଭୁବନେଶ୍ୱର ୨୩।୧୦- ଭୀମସାର ଡାକ୍ତରଙ୍କ କବଜାରେ ସରକାରୀ ବିଧି ବ୍ୟବସ୍ଥା । ଡାକ୍ତରମାନଙ୍କ ଶକ୍ତି ଆଗରେ ପୋଲିସ, ସ୍ବାସ୍ଥ୍ୟ ବିଭାଗ, ସରକାର ସମସ୍ତେ ଯେମିତି ନାଚାର ହୋଇଯାଇଛନ୍ତି । ଏମିତି ତ ଅଭିଯୋଗ ହେଉଛି।  ଡାକ୍ତରମାନେ ଜଣେ ରୋଗୀଙ୍କ ଆଟେଣ୍ଡାଣ୍ଟଙ୍କୁ ଲହୁ ଲୁହାଣ କରି ପୋଲିସ ସାମ୍ନାରେ ବାଡେଇ ବିନ୍‌ଦାସରେ ବୁଲୁଥିବା ବେଳେ ମାଡ ଖାଇ ନୀରିହ ଯୁବକ କିନ୍ତୁ ଜେଲରେ । ଘଟଣାର ୭୨ ଘଣ୍ଟା ପରେ ବି ନା ପୋଲିସ, ନା ସ୍ବାସ୍ଥ୍ୟମନ୍ତ୍ରୀ ଠିକ୍ ଭାବେ କହିପାରୁଛନ୍ତି କି ଆଇନ ତା ବାଟରେ ଯିବ ।

{"id":173870}

କଣ ସାଧାରଣ ଲୋକଙ୍କୁ ପାଦରେ ଦଳି ଚକଟି ଦିଆଯାଉଛି । ସାଧାରଣ ଲୋକଟିର ଅସହାୟ ହୋଇଯାଉଛି କି। ଏବେ ଏମିତି ତ ଚର୍ଚ୍ଚା ହେଉଛି। ନହେଲେ ସମ୍ବଲପୁରରେ ସର୍ବସାଧାରଣରେ ନିର୍ଯାତିତ ଓ ଅପମାନିତ ହୋଇଥିବା ପରିବାର ଶେଷରେ ଭୁବନେଶ୍ବର ଆସି ନଥାନ୍ତେ। ମାନବାଧିକାର କମିଶଙ୍କ କବାଟ ବାଡ଼େଇ ନଥାନ୍ତେ। ଭିମସାରରେ ଡାକ୍ତରଙ୍କ ମାଡ଼ରେ ଲହୁଲୁହାଣ ହୋଇଥିବା ଯୁବକଙ୍କ ପରିବାର ଭୁବନେଶ୍ବରରେ ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଛନ୍ତି। ଅବ୍ୟବସ୍ଥାର ବ୍ୟବସ୍ଥା ଭିତରେ ନିଷ୍ପେସିତ ହୋଇଥିବା ଅଭିଯୋଗ କରି ନଥାନ୍ତେ।

{"id":173871}

ଅଭିଯୋଗ ଏୟା ହେଉଛି ବୁର୍ଲା ଭୀମସାର ଡାକ୍ତରଙ୍କ ପାଖରେ ମୁଣ୍ଡ ନୁଆଇଁଛନ୍ତି ସରକାର । ରୋଗୀ ବାପାକୁ ଡାକ୍ତରଖାନା ଆଣିଥିବା ଦୁଇ ଯୁବକ ମାଡ ଖାଇ ଏବେ ୭୨ ଘଣ୍ଟା ଜେଲରେ ରହିଲେଣି । ହେଲେ ସେମାନଙ୍କୁ ମାଡମାରି , ସର୍ବସମ୍ମୁଖରେ ମୁଣ୍ଡିଆ ମରାଇ ଲହୁଲୁହାଣ କରିଥିବା ଡାକ୍ତରମାନେ ଖୁଲମ ଖୁଲା ବୁଲୁଛନ୍ତି ।

{"id":173872}

ପୋଲିସ ଚୁପ୍, ସ୍ବାସ୍ଥ୍ୟ ବିଭାଗ ଚୁପ୍ , ସରକାର ସମୟ ଗଡ଼ାଇଲେଣି । ଡର, ଡାକ୍ତରଙ୍କୁ ଜେଲ ପଠାଇଲେ କାଳେ ସାରା ରାଜ୍ୟର ଡାକ୍ତର ଏକ ହୋଇ ଆନ୍ଦୋଳନ କରିବେ ଆଉ ଅବସ୍ଥା ବିଗିଡି ଯିବ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ବି ଅଜବ ଉତ୍ତର । କହୁଛନ୍ତି କାର୍ଯ୍ୟାନୁଷ୍ଠାନ ବିଳମ୍ବ ହୋଇନି । ବିଭାଗୀୟ ରିପୋର୍ଟ, ଜିଲ୍ଲାପାଳ ଓ ଆରଡିସିଙ୍କ ରିପୋର୍ଟ ଆସିବା ପରେ ଯାହା କିଛି ନିଷ୍ପତ୍ତି ନେବେ ସରକାର । ସେପଟେ ବିରୋଧିଙ୍କ ପ୍ରଶ୍ନ, ଯେତେବେଳେ ବିନା କାରଣଦର୍ଶାଅରେ ସରକାର ସୁନ୍ଦରଗଡ଼ର ଇନଚାର୍ଜ ସିଡିଏମଓଙ୍କୁ ନିଲମ୍ବନ କଲେ ଏଠି ସବୁ ପ୍ରମାଣ ଥାଇ ଏତେ ପଛଉଛନ୍ତି କାହିଁକି ସରକାର ।

{"id":173873}

ଏଭଳି ଜଘନ୍ୟ ଘଟଣା ଘଟିବା ବେଳେ ଖୋଦ୍ ପୋଲିସ ଉପସ୍ଥିତ ଥିଲେ ବି ପୋଲିସର ନିଷ୍କ୍ରିୟତାକୁ ନେଇ ଉଠିଛି ପ୍ରଶ୍ନ । ଡାକ୍ତରଙ୍କ ବିରୋଧରେ ପୋଲିସ୍‌ କାର୍ଯ୍ୟାନୁଷ୍ଠାନ ତ ଦୂରର କଥା,କୋହଳ ଦଫା ଲଗାଇ ଥିବା ବେଳେ ମାଡ଼ଖାଇଥିବା ଯୁବକଙ୍କ ବିରୋଧରେ ମାଳମାଳ ଦଫା ଲାଗିଛି।

{"id":173874}

ପୋଲିସ୍‌ କହୁଛି ତଦନ୍ତ ଚାଲିଛି, ମନ୍ତ୍ରୀ କହୁଛନ୍ତି ରିପୋର୍ଟ ମଗାଯାଇଛି । ହେଲେ ସରକାରୀ ଡାକ୍ତରଖାନାରୁ ସମଲେଶ୍ବରୀ ନର୍ସିଂହୋମ୍‌ କୁ ଚିକିତ୍ସା ପାଇଁ ଯେଉଁ ଡାକ୍ତର ପଠାଇଥିଲେ ଏବଂ ସେଠାରୁ  ଡିସ୍‌ଚାର୍ଯ୍ୟ କରିବାକୁ କହିବାରୁ ଯେଉଁ ଡାକ୍ତର ରୋଗୀଙ୍କ ଆଟେଣ୍ଡାଣ୍ଟଙ୍କ ଏଭଳି ବେହାଲ କଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଳମ୍ବ ।

{"id":173875}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.