AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ପରଭେଜ୍ ମୁଶାରଫ୍, ଚିକିତ୍ସାଧୀନ ଅବସ୍ଥାରେ ଦୁବାଇରେ ଦେହାନ୍ତ
  • ||
  • ବ୍ରହ୍ମପୁର : ଅବକାରୀ ଗୁଇନ୍ଦା ବିଭାଗକୁ ସଫଳତା, ୨୪୦ କିଲୋ ଗଞ୍ଜେଇ ଜବତ
  • ||

ପୋଲିସ ନେଉନି କାର୍ଯ୍ୟାନୁଷ୍ଠାନ; SDPOଙ୍କ ଦ୍ୱାରସ୍ଥ ହେଲା ପରିବାର

24/12/2022 at 4:09 PM

ଚାନ୍ଦବାଲି ୨୪/୧୨: ଜମଜମା ବିବାଦକୁ କେନ୍ଦ୍ରକରି ଦମ୍ପତ୍ତିଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ନେଉନି ପୋଲିସ। ନ୍ୟାୟ ଭିକ୍ଷା କରି ଶେଷରେ ଏସଡିପିଏଙ୍କ ଦ୍ୱାରସ୍ଥ ହୋଇଛନ୍ତି ସ୍ୱାମି-ସ୍ତ୍ରୀ ୨ ଛୁଆ। ଏପରି ଘଟଣା ଭଦ୍ରକ ଜିଲ୍ଲା ଚାନ୍ଦବାଲି ଉପଖଣ୍ଡ ଏସଡିପିଓଙ୍କ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି। ତିହିଡ଼ି ପୋଲିସ ପାଖରେ ଅଭିଯୋଗ କାରିଣି ସ୍ନେହଲତା ସାହୁ ଓ ତାଙ୍କ ସ୍ୱାମି ଉମେଶ ଚନ୍ଦ୍ର ସାହୁ ଏନେଇ ବାରମ୍ୱାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ।  

ଖବର ଅନୁସାରେ, ତହିଡ଼ି ଥାନା ଅଧୀନ ସୟା ପଞ୍ଚାୟତ ପାଢ଼ୀସାହି ଗାଁର ଉମେଶ ଚନ୍ଦ୍ର ସାହୁ ଓ ତାଙ୍କ ସ୍ତ୍ରୀ ସ୍ନେହଲତା ସାହୁଙ୍କୁ ତାଙ୍କ ଶାଶୁ, ଶଶୁର ଓ ଦିଅର ମିଳିତ ଆକ୍ରମଣ କରିବାରୁ ସ୍ନେହଲତା ଗରୁତର ହୋଇଥିଲେ। ଡାକ୍ତରଖାନାରୁ ସୁସ୍ଥ ହୋଇ ଫେରିବା ପରେ ସ୍ନେହଲତା ରହୁଥିବା ଘରକୁ ମଧ୍ୟ ଅଭିଯୁକ୍ତମାନେ ତାଲା ପକାଇ ଘରକୁ ଛାଡ଼ୁନଥିବା ଅଭିଯୋଗ ହୋଇଛି। ଗତ ୩୦ ଦିନ ହେଲା ସ୍ନେହଲତା ତାଙ୍କ ସ୍ବାମୀ ଓ ୨ ଛୁଆଙ୍କ ସହ ତାଙ୍କ ବାପଘରେ ଆଶ୍ରୟ ନେଇଛନ୍ତି। ତହିଡ଼ି ପୋଲିସ ଅଭିଯୁକ୍ତମାନଙ୍କ ବିରୋଧରେ କୌଣସି କାର୍ଯ୍ୟନୁଷ୍ଠାନ ନନେବାରୁ ସ୍ନେହଲତା ନ୍ୟାୟ ଦାବିରେ ଶେଷରେ ଏସଡିପିଓଙ୍କ ଦ୍ୱାରସ୍ଥ ହୋଇଛନ୍ତି।

   Related Posts