ନ୍ୟୁଜ ସେଭେନର ଅପରେସନ ସ୍ୟାଣ୍ଡ ପରେ ଆକ୍ସନ ମୋଡକୁ ଆସିଛି ଜିଲ୍ଲା ପ୍ରଶାସନ

Published By : Prameya-News7 Bureau | December 01, 2019 IST

ଭୁବନେଶ୍ବର ୦୧।୧୨: ନ୍ୟୁଜ ସେଭେନର ଅପରେସନ ସ୍ୟାଣ୍ଡ ପରେ ଜିଲ୍ଲା ପ୍ରଶାସନ ଆକ୍ସନ ମୋଡକୁ ଆସିଛି । ଗଞ୍ଜାମ ଜିଲ୍ଲାର ବିଭିନ୍ନ ନଦୀପଠାରୁ ବେଆଇନ ଭାବରେ ମେସିନ ଲଗାଇ ବାଲି ଉଠାଣ ଘଟଣାରେ ଆକ୍ସନ ଆରମ୍ଭ  । ନ୍ୟୁଜ ସେଭେନରେ ଖବର ପ୍ରସାରଣ ପରେ  ଗଞ୍ଜାମ ଜିଲ୍ଲାପାଳ ପ୍ରତିକ୍ରିୟା ରଖି କହିଛନ୍ତି, ମେସିନ ଲଗାଇ ବାଲି ଉଠାଉଥିବା ଲିଜଧାରୀଙ୍କ ଉପରେ  କାର୍ଯ୍ୟାନୁଷ୍ଠାନ ହେବ ।

{"id":192501,"sizeSlug":"large"}

ବାଲି ପରିବହନ ଲାଗି ବ୍ୟବହାର ହେଉଥିବା Y ଫର୍ମକୁ ମ୍ୟାଜିକ୍ ପେନ୍  ଳେଖିବା ଏବଂ ପରେ ଏହାକୁ ଲିଭାଇ ପୁଣି ଥରେ ବ୍ୟବହାର କରିବା ଘଟଣା ସାମ୍ନାକୁ ଆସିବା ପରେ ଚେତିଛି ଜିଲ୍ଲା ପ୍ରଶାସନ । ଏଣିକି Y ଫର୍ମ ଗାମା ଆପ୍ସ ମାଧ୍ୟମରେ ଉପଲବ୍ଧ ହେବ , ଏହା ଖୁବ୍ ଶୀଘ୍ର ଏହା ପ୍ରଚଳନ କରାଯିବ ବେଲି ପ୍ରତିକ୍ରିୟା ରଖି କହିଛନ୍ତି ଗଞାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ।

{"id":192502,"sizeSlug":"large"}

ଗଞ୍ଜାମର ବିଭିନ୍ନ ନଦୀ ପଠାରୁ କିଭଳି NGT ଗାଇଡଲାଇନକୁ ନମାନି ବେଆଇନ ଭାବରେ ବାଲି ଉଠାଯାଉଛି, ନ୍ୟୁଜ ସେଭେନ ଅପରେସନ ସ୍ୟାଣ୍ଡରେ ତାହା ଧରା ପଡିଥିଲା । ବେଆଇନ ଭାବରେ ମେସିନ ଲଗାଇ ବାଲି ଖୋଳା ଯାଉଛି ଏବଂ ଆନ୍ଧ୍ରପ୍ରଦେଶକୁ ବାଲି ଚୋରା ଚାଲାଣ ହେଉଛି । କେବଳ ସେତିକି ନୁହେଁ, ସରକାରୀ Y ଫର୍ମରେ ମଧ୍ୟ ବ୍ୟାପକ ହେରଫେର କରାଯାଉଛି ।

{"id":192503,"sizeSlug":"large"}

ମ୍ୟାଜିକ ପେନ୍ ରେ ଲେଖିବା ପରେ ତାହାକୁ ନିଆଁ ଧାସରେ ଲିଭାଇ ଦିଆଯାଉଛି । ଫଳରେ ଗୋଟିଏ  ଫର୍ମରେ ୩୦ରୁ ଅଧିକ ଗାଡିରେ ବାଲି ପରିବହନ ହେଉଛି ଅଥଚ ସରକାରୀ ଭାବରେ ମାତ୍ର ଗୋଟିଏ ରସିଦ କଟାଯାଉଛି । ଯାହାଦ୍ବାରା କୋଟି କୋଟି ଟଙ୍କାର ରାଜସ୍ବ ହାନି ହେଉଛି ।   ନ୍ୟୁଜ ସେଭେନରେ ଖବର ପ୍ରସାରଣ ପରେ ଏବେ ଜିଲ୍ଲା ପ୍ରଶାସନ ସଜାଗ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.