ସାବଧାନ! Social Mediaରୁ ଦିଲ୍ଲୀ ହିଂସାର ସୂତ୍ର ଖୋଜୁଛି ପୋଲିସ, ମୋକଦ୍ଦମା ରୁଜୁ ସହ ବ୍ଲକ୍ ହେଉଛି ଆକାଉଣ୍ଟ

Published By : Prameya-News7 Bureau | February 29, 2020 IST

ନୂଆଦିଲ୍ଲୀ ୨୯।୨: ଦିଲ୍ଲୀରେ ହିଂସା ଥମିଛି। ହେଲେ ଏହାକୁ ନେଇ ସୋସିଆଲ ମିଡିଆରେ ଉପୁଜିଥିବା ଉତ୍ତେଜନା କିନ୍ତୁ ଏଯାଏଁ ଥମିନି। ହିଂସା ବେଳର ଭିଡିଓ ଓ ଛବି ନିଜ ନିଜ ଆକାଉଣ୍ଟରେ ଲୋକେ ପୋଷ୍ଟ କରି ଉତ୍ତେଜନାମୂଳକ ମନ୍ତବ୍ୟ ଦେଉଛନ୍ତି। ସରକାର ଓ ପୋଲିସର କାର୍ଯ୍ୟ ସମୀକ୍ଷା କରୁଛନ୍ତି। ତେବେ ୟୁଜରମାନେ ଏପରି କରିବା ବେଳେ ସେମାନେ ଅପଲୋଡ କରୁଥିବା କଣ୍ଟେଣ୍ଟ ସମାଜର ଏକତା ଲାଗି ବିପଦ ବୋଲି ଜାଣିପାରୁନାହାନ୍ତି। ଏଣୁ ଏଥିପ୍ରତି ଏବେ ସତର୍କ ହୋଇଯାଇଛି ପୋଲିସ୍। ଦିଲ୍ଲୀ ପୋଲିସ ସୋସିଆଲ ମିଡିଆରେ ଉତ୍ତେଜକ କଣ୍ଟେଣ୍ଟ ପୋଷ୍ଟ ଲାଗି ଏପର୍ଯ୍ୟନ୍ତ ୧୩ଟି ମୋକଦ୍ଦମା ରୁଜୁକରିଥିବା ଜଣାପଡିଛି।

{"id":230951,"sizeSlug":"large"}

ପୋଲିସ ଏହି ସବୁ ମାମଲା ଟ୍ୱିଟର, ଫେସବୁକ୍ ଓ ଇଂଷ୍ଟାଗ୍ରାମ ପୋଷ୍ଟ ଉପରେ କରିଥିବା ବେଳେ ୟୁଜରଙ୍କ ଆକାଉଣ୍ଟ ବ୍ଲକ୍ କରିଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରାଜଧାନୀ ଦିଲ୍ଲୀରେ ଶନିବାର କୌଣସି ଅଞ୍ଚଳରୁ ହିଂସା ଜନିତ ଗୋଟିଏ ବି କଲ ମିଳିନାହିଁ। ତେବେ ହିଂସାକୁ ନେଇ ଏପର୍ଯ୍ୟନ୍ତ ରୁଜୁ ଏତଲା ସଂଖ୍ୟା ୧୬୭ରେ ପହଞ୍ଚିଥିବା ବେଳେ ଏଥିରୁ ୩୬ଟି କେସ୍ ଆର୍ମସ ଆକ୍ଟରେ ରୁଜୁ ହୋଇଛି। ସେହିପରି ହିଂସା ଗିରଫଦାରୀ ସଂଖ୍ୟା ଏବେ ୮୮୫ରେ ପହଞ୍ଚିଥିବା ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି।

{"id":230952,"width":578,"height":324,"sizeSlug":"large"}

ସେପଟେ ୟୁନିୟନ ଟେରିଟରି କ୍ୟାଡରର ଆଇପିଏସ୍ ଅଫିସର ସଚ୍ଚିଦାନନ୍ଦ ଶ୍ରୀବାସ୍ତବ ଶନିବାର ଦିଲ୍ଲୀ ପୋଲିସ କମିଶନର ଭାବେ ତାଙ୍କ ପଦଭାର ଗ୍ରହଣ କରିଛନ୍ତି। ଏହି ପଦବୀରେ ଅବସ୍ଥାପିତ ଅଫିସର ଅମୂଲ୍ୟ ପଟ୍ଟନାୟକ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି। ଦାୟିତ୍ୱଗ୍ରହଣ ପରେ କମିଶନର ଶ୍ରୀବାସ୍ତବ ଦିଲ୍ଲୀବାସୀଙ୍କୁ ସହରର ଐତିହ୍ୟ ଓ ପରମ୍ପରା ମନେ ପକାଇ ଦେଇଛନ୍ତି। ଏଣୁ ଲୋକଙ୍କ ଏକତା ଭାଙ୍ଗିବାକୁ ଉଦ୍ୟମ କରୁଥିବା ଦିଗପ୍ରତି ପୋଲିସ ଗୁରୁତ୍ୱ ଦେଇଥିବା ବେଳେ ଦେଶର ସୋସିଆଲ ମିଡିଆ ଉପରେ ଗୁରୁତ୍ୱ ଦେଇଛି। ଦେଶର ଯେଉଁ ପ୍ରାନ୍ତରୁ ହେଉ ସୋସିଆଲ ମିଡିଆରେ ଉତ୍ତେଜନାପୂର୍ଣ୍ଣ ଲେଖା, ଫଟୋ ଅଥବା ଭିଡିଓ ପୋଷ୍ଟ କଲେ ସାଇବର ଆଇନରେ ମୋକଦ୍ଦମା ଲାଗି ନୂଆ କମିଶନର ସତର୍କ କରାଇଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.