WhatsApp Image 2023-12-03 at 20.27.35 (1)
WhatsApp Image 2023-12-03 at 20.27.35
WhatsApp Image 2023-12-03 at 20.27.36 (1)
WhatsApp Image 2023-12-03 at 20.27.36
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଶଙ୍କରପଲା ଗାଁର ଟ୍ରିପଲ୍‌ ମର୍ଡର ଘଟଣା, ଦୁଇ ଦିନ ପରେ ବି ପୋଲିସର ହାତ ଖାଲି..

3/10/2023 at 8:36 AM

ଧର୍ମଗଡ଼ ୦୩।୧୦ : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଶଙ୍କରପଲା ଗାଁର ଟ୍ରିପଲ ମର୍ଡର ଘଟଣା । ମାମଲାକୁ ଦୁଇ ଦିନ ବିତି ଯାଇଥିଲେ ସୁଦ୍ଧା ଏବେବି ରହସ୍ୟ ଘେରରେ ରହିଛି । କିଏ ଓ କାହିଁକି ମାରିଲା , ତାହା ଏବେବି ମିଷ୍ଟ୍ରି ହୋଇ ରହିଛି ।

ସେପଟେ ଜୁନାଗଡ଼ ପୋଲିସ ଏବଂ ଧର୍ମଗଡ଼ ଏସ୍‌ଡିପିଓ ଶଙ୍କରପଲା ଗାଁକୁ ଯାଇ ତଦନ୍ତ କରୁଛନ୍ତି । ଏପିରିକି ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁରଙ୍କ ସହାୟତରେ ତଦନ୍ତକୁ ତ୍ୱରାନିତ କରୁଛି ପୋଲିସ । ଏବେ ଯାଏଁ ହତ୍ୟାକାରୀଙ୍କ ଟେର୍‌ ପାଇନି ପୋଲିସ । ତେବେ ଏହି ହତ୍ୟା କିଏ ଓ କାହିଁକି କରିଛି ,  ତାହାର ଖୋଳତାଡ଼ କରୁଛି ପୋଲିସ । ଖୁବ ଶୀଘ୍ର ମର୍ଡର ମିଷ୍ଟ୍ରିରୁ ପରଦା ହଟାଯିବ ବୋଲି ଧର୍ମଗଡ଼ ଏସ୍‌ଡିପିଓ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଜୁନାଗଡ଼ ଥାନା ଶଙ୍କରପଲା ଗାଁରେ ରବିବାର ଦିନ ତିନି ଜଣଙ୍କୁ ଗଳାକାଟି ହତ୍ୟା କରାଯାଇଥିଲା । ସମସ୍ତଙ୍କ ମୃତଦେହ ରାସ୍ତା କଡ଼ରେ ଫିଙ୍ଗି ଦିଆଯାଇଥିଲା । ମୃତକଙ୍କ ନାମ ରାଏମତି ମାଝି ଓ ତାଙ୍କୁ ଦୁଇ ବର୍ଷର ପୁଅ ଶିବଶକ୍ତି ମାଝି ଏବଂ ସେହି ଗାଁର ବୃଦ୍ଧ ମହେନ୍ଦ୍ର କୁମାର ବୋଲି ଜଣାପଡିଛି ।

   Related Posts