ରଶ୍ମୀରଞ୍ଜନଙ୍କ ଭିଡିଓ ସାମ୍ନାକୁ ଆସିବା ପରେ ଆକ୍ସନ ମୋଡ୍ରେ ପୋଲିସ, ଘରେ ପହଞ୍ଚି ପଚରାଉଚରା
1/04/2023 at 5:26 PM

ଭୁବନେଶ୍ବର ୧।୪: ମୃତ ରଶ୍ମୀରଞ୍ଜନଙ୍କ ଭିଡିଓ ସାମ୍ନାକୁ ଆସିବା ପରେ ଆକ୍ସନ ମୋଡରେ କମିଶନରେଟ ପୋଲିସ । ବାଲିପାଟଣା ପୋଲିସ ସତ୍ୟ ନାରାୟଣ ବିଶ୍ବାଳଙ୍କ ଘରେ ପହଞ୍ଚି ପଚରାଉଚରା ଆରମ୍ଭ କରିଛି । ଘରେ ଜଣେ ବୟସ୍କ ମହିଳାଙ୍କ ବ୍ୟତୀତ କେହି ନଥିବାରୁ ପୋଲିସ ଖାଲି ହାତରେ ଫେରିଛି । ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍ ଟିମ୍ ଆସି ମୃତ ରଶ୍ମୀରଞ୍ଜନଙ୍କ ହାଡ ଓ ପାଉଁଶ ଜବତ କରିବ ।
ବାଲିପାଟଣା ଥାନା ଭାକରସାହିରେ ପୋଲିସ ତନାଘନା କରିଛି । ରଶ୍ମୀରଞ୍ଜନଙ୍କ ମୃତ୍ୟୁ ପୂର୍ବରୁ ତାଙ୍କ ବାପା, ଭାଇ ଓ ଏକ ଘରୋଇ ବ୍ୟାଙ୍କର ମ୍ୟାନେଜର ତାଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ କରୁଥିବା ସେ ଭିଡିଓରେ କହିଥିଲେ । ୨୪ ଘଣ୍ଟା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ କୌଣସି ସୁରାକ ପାଇନଥିବା ସୂଚନା ମିଳିଛି ।