କୂଅ ଭିତରୁ ମୃତଦେହ ମିଳିବା ଘଟଣା, ସାତ ଦିନ ପରେ ବି ମିଳୁନି ହତ୍ୟାକାରୀ ଟେର୍‌

Published By : Prameya-News7 Bureau | November 14, 2023 IST

ଉଦଳା ୧୪।୧୧ : ମୟୁରଭଞ୍ଜ ଜିଲ୍ଲାଲ ଉଦଳା ଥାନା ବହୁବନ୍ଧ ସୁରେଇସାହି କାଜୁ ବଗିଚା କୂଅ ଭିତରୁ ମୃତଦେହ ମିଳିବା ଘଟଣା । ଗତ ୮ ତାରିଖରେ କୂଅ ଭିତରୁ ମୃତଦେହ ମିଳିଥିଲା । ତେବେ ମୃତଦେହ ଉଦ୍ଧାର ହେବାର ୫ ଦିନ ବିତିଲାଣି, ହେଲେ ଆଜି ଯାଏଁ ମିଳୁନି ମୃତକ ନା ହତ୍ୟାକାରୀର ପରିଚୟ ।

wp:embed {"url":"https://www.prameyanews7.com/lover-killed-by-man-in-boipariguda-of-koraput/","type":"wp-embed","providerNameSlug":"prameya-news-7"}
https://www.prameyanews7.com/lover-killed-by-man-in-boipariguda-of-koraput/
/wp:embed

ସୂଚନାନୁଯାୟୀ, ଗତ ୮ ତାରିଖରେ ସୁରେଇସାହି କାଜୁ ବଗିଚା କୂଅ ଭିତରୁ ଦୁର୍ଗନ୍ଧ ଆସୁଥିବା ଖବର ପାଇ ପୋଲିସ କୂଅ ଭିତରୁ ଏକ ବୋରା ବାହାର କରିଥିଲେ। ଏହାକୁ ଖୋଲିବା ପରେ ବାହାରିଥିଲା ଜଣେ ପୁରୁଷ ଲୋକଙ୍କର ମୃତଦେହ। ତେବେ ମୃତଦେହର ହାତଗୋଡ଼ ବନ୍ଧା ଯାଇଥିବା ବେଳେ ଏଥିରେ ପଥର ଭର୍ତ୍ତି କରି କୂଅ ଭିତରକୁ ଫୋପାଡ଼ି ଦିଆଯାଇଥିଲା। ଯାହାକି ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ପୋଲିସ ସ୍ପଷ୍ଟ ହୋଇଥିଲେ ସୁଧା ଘଟଣାର ରହସ୍ୟ ଫିଟାଇ ପାରିନି।

ସେହିପରି ପାରିପାର୍ଶ୍ଵିକ ପରିସ୍ଥିତିରୁ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଥିବା ସ୍ପଷ୍ଟ ହେଉଥିବା ବେଳେ ପୋଲିସ ଏବେ ଅଡୁଆରେ। ଏହି ଘଟଣାରେ ଯେତେ ଦିନ ଗଡୁଛି ସେତିକି ସସ୍‌ପେନ୍ସ ବଢ଼ିବାରେ ଲାଗିଛି। ଉଦ୍ଧାର ହୋଇଥିବା ଗଳିତ ମୃତଦେହ ଏଭଳି ଅବସ୍ଥାରେ ରହିଛି ତାହା ଚିହ୍ନିବା କଷ୍ଟକର ହୋଇପଡ଼ିଛି।

wp:embed {"url":"https://www.prameyanews7.com/icc-world-cup-2023-most-runs/","type":"wp-embed","providerNameSlug":"prameya-news-7"}
https://www.prameyanews7.com/icc-world-cup-2023-most-runs/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.