ଭଦ୍ରକ ୦୯।୦୨ : ଭଦ୍ରକ ବାସୁଦେବପୁରର କଲେଜ ଛାତ୍ରୀ ସଙ୍ଗୀତା ମୃତ୍ୟୁ ମାମଲା । ଘଟଣାରେ ମୁଖ୍ୟ ଅଭିଯୁକ୍ତ ମେସ୍ ମାଲିକ ବାସୁଦେବପୁର ଥାନାରେ ଅଟକ । ବିନିକୁ ନ୍ୟାୟ ପାଇଁ ନ୍ୟୁଜ 7 ଲଗାତର ଭାବେ ଖବର ପ୍ରସାରଣ କରିବା ପରେ ବିଭିନ୍ନ ସେଚ୍ଛାସେବୀ ସଂଗଠନ , ମାନବାଧିକାର କର୍ମୀଙ୍କ ଅଭିଯୋଗ କ୍ରମେ ନାରେ ମାମଲା ରୁଜୁ ହୋଇଥିଲା । ମାମଲା ନେଇ ପୋଲିସ ସକ୍ରିୟ ହୋଇଥିଲା ।
ଯେଉଁ ମେସ୍ ରେ ବିନି ରହୁଥିଲେ ସେହି ପ୍ରିନ୍ସ କଟେଜ ମେସ୍ ମାଲିକ ପ୍ରତାପ ଡାଙ୍ଗୁଆ ଥିଲେ ସନ୍ଦେହ ଘେରରେ । କାରଣ ବିନିଙ୍କ ସହ ପ୍ରତାପଙ୍କ ସଂପର୍କ ନେଇ ଏକ ଭିଡିଓ ଭାଇରାଲ ହୋଇଥିଲା । ତେବେ ଏହି ଭିଡିଓ ନେଇ ମେସ ମାଲିକଙ୍କୁ ନ୍ୟୁଜ ସେଭେନ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ ସେ ଧରାଛୁଆଁ ଦେଇ ନଥିଲେ । ତେବେ କିଛି ସ୍ଥାନରେ ସେ ସଫେଇ ଦେଇଥିଲେ ଯେ ଯେଉଁ ଭିଡିଓ ଭାଇରାଲ ହୋଇଛି ତାହା ବାପା ଝିଅର ସଂପର୍କର ଭିଜୁଆଲ । ଭଦ୍ରକ ମଞ୍ଜୁରୀ ରୋଡ୍ ରେଲୱେ ପ୍ଲାଟଫର୍ମରୁ ବିନିଙ୍କ ମୃତଦେହ ମିଳିଥିଲା ।ତେବେ ମେସ୍ ମାଲିକ ଅଟକ ନେଇ ଭଦ୍ରକ ଏସ୍ଡିପିଓ ସୂଚନା ଦେଇଛନ୍ତି । ଶନିବାର ବିଳମ୍ବିତ ରାତିରୁ ଅଟକ ରଖି ପଚରାଉଚରା ଜାରି ରଖିଛି ପୋଲିସ ।