ପେନ୍ସନ ପାଇବା ପାଇଁ ମୃତ ଦେହକୁ ନେଇ ପହଞ୍ଚିଲେ ୨ ବ୍ୟକ୍ତି, ପୋଷ୍ଟ ଅଫିସ୍ ହେଲା ହଙ୍ଗାମା

Published By : Prameya-News7 Bureau | January 24, 2022 IST

ନୂଆଦିଲ୍ଲୀ ୨୪।୦୧ : ଦୁନିଆରେ ଏମିତି ଅନେକ ପ୍ରକାରର ମଣିଷଙ୍କୁ ଦେଖିବାକୁ ମିଳିଥାଏ । ଯିଏ ତାଙ୍କର ଅଜବ କୀର୍ତ୍ତି କଳାପ ପାଇଁ ଚର୍ଚ୍ଚାକୁ ଆସିଥାଏ । କିଛି ଲୋକଙ୍କ ପାଇଁ ଟଙ୍କା ସବୁ କିଛି ହୋଇଥାଏ । ଯେଉଁଥି ପାଇଁ ସେ ତାଙ୍କ ମାନବିକତା ଭୁଲି ଯାଇଥାନ୍ତି । ଏପରି ଜଣେ ବ୍ୟକ୍ତି ଅଛନ୍ତି ଯିଏ ମୃତ ବ୍ୟକ୍ତିଙ୍କ ପେନ୍ସନ୍ ପାଇବା ପାଇଁ ତାଙ୍କ ମୃତ ଦେହ ସହିତ ଅଫିସ୍‌ ଠାରେ ପହଞ୍ଚିଥିଲେ । ତେବେ ଏହି ଅଜବ ଘଟଣା ଆୟର୍ଲାଣ୍ଡରୁ ଆସିଛି ।

ଆୟରଲାଣ୍ଡର ଡାକଘର ନିକଟରେ ଜଣେ ବ୍ୟକ୍ତିଙ୍କୁ ଦେଖିବାକୁ ମିଳିଥିଲା, ଯିଏ ଅନ୍ୟ ଜଣଙ୍କ ନାମରେ ସାପ୍ତାହିକ ପେନ୍ସନ୍ ସଂଗ୍ରହ କରିବାକୁ ଆସିଥିଲେ । ଯେତେବେଳେ ସେଠାରେ କର୍ମଚାରୀମାନେ ବୃଦ୍ଧଙ୍କ ପେନସନ୍ ଦେବାକୁ ମନା କରି ଦେଲେ । ସେତେବେଳେ ପୋଷ୍ଟ ଅଫିସରେ ୨ ଜଣ ମୃତ ବ୍ୟକ୍ତିଙ୍କ ଶରୀରକୁ ନେଇ ସେଠାରେ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ୬୦ବର୍ଷ ବୟସ୍କା ବ୍ୟକ୍ତି ଥିଲେ ଯିଏ ପ୍ରାୟ ଜୀବନ୍ତ ପରି ଦେଖାଯାଉଥିଲେ । କିନ୍ତୁ ତାଙ୍କର ମୃତ୍ୟୁ ହୋଇଥିଲା।

ଯେତେବେଳେ ପୋଷ୍ଟ ଅଫିସ୍‌ର ମହିଳା କର୍ମଚାରୀ ଏହି ସବୁକୁ ସନ୍ଦେହଜନକ ମନେ କଲେ ସେତେବେଳେ ସେ ଘଟଣା ବିଷୟରେ ପୋଲିସକୁ ଜଣାଇଥିଲେ । ପରେ ସେ ସଚେତନ ରହିବା ପାଇଁ ସମସ୍ତଙ୍କୁ ଜଣାଇଥିଲେ। ପରେ ଏହି ଘଟଣାର ଖୁଲାସା ହୋଇଥିଲା କି ସେହି ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ଯାହା ବିଷୟରେ ଏପର୍ଯ୍ୟନ୍ତ ଅଧିକ କିଛି ଜଣା ପଡିନାହିଁ ସେ ମୃତକ ଜଣଙ୍କ କିଏ ଥିଲେ । ଏହି ଘଟଣାକୁ ଆଧାର କରି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି କରିଛି । କିନ୍ତୁ ଏଥିରୁ ଜଣାପଡୁଛି କି ସେମାନେ ଫ୍ରଡ ଥିଲେ ବୋଧ ହୁଏ ଡକାୟତି କରିବାକୁ ଚେଷ୍ଟା କରୁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.