ନିଖୋଜ ଶିଶୁ ପୁତ୍ର ଉଦ୍ଧାର, ଜଣେ ମହିଳା ଅଟକ

Published By : Prameya-News7 Bureau | June 10, 2024 IST

ବାଲେଶ୍ୱର ୧୦।୦୬ : ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ପିଲା ଚୋରି ଘଟଣା । ଚୋରି ଶିଶୁପୁତ୍ରକୁ ଉଦ୍ଧାର କରିଲା ପୋଲିସ । ଜଳେଶ୍ୱର ଅଞ୍ଚଳରୁ ଶିଶୁପୁତ୍ରକୁ ଉଦ୍ଧାର କରିଛି ପୋଲିସ । ଏହାସହିତ ଜଣେ ମହିଳାଙ୍କ ମଧ୍ୟ ଅଟକ ରଖିଛି ପୋଲିସ ।  

ଖବର ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ବାଲିଆପାଳ କୁଲ୍ଲାଚଡ଼ ଗାଁରୁ ପୂର୍ଣ୍ଣଚନ୍ଦ୍ର ଦଣ୍ଡାପାଟଙ୍କ ପତ୍ନୀ ଅନୀତା ସନ୍ତାନ ପ୍ରସବ ପାଇଁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆସିଥିଲେ । ରବିବାର ଦିନ ସକାଳ ସମୟରେ ତାଙ୍କ ଏକ ନବଜାତ ଶିଶୁକୁ ଜଣେ ଅଜଣା ମହିଳା ଚୋରି କରିଥିବା ଅଭିଯୋଗ ହୋଇଥିଲା । ଯାହାପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଏସ୍‌ପିଙ୍କ ନିର୍ଦ୍ଦେଶରେ ଡିଏସ୍‌ପି ଡା. ଶଶାଙ୍କ ଶେଖର ବେଉରା ଏବଂ ସହଦେବଖୁଣ୍ଡା ଥାନା ଅଧିକାରୀ ପ୍ରଜ୍ଞା ମହାନ୍ତିଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ ହୋଇ ଛାନ୍‌ଭିନ୍‌ ଜାରି ରଖିଥିଲା । ପିଲାଟିକୁ ଚୋରି କରିଥିବା ମହିଳାଙ୍କ ଭିଡିଓ ହସ୍ପିଟାଲ ସିସି କ୍ୟାମେରାରୁ ଜବତ କରିଥିଲା ପୋଲିସ । ଏହାପରେ ଫଟୋକୁ ବିଭିନ୍ନ ସ୍ଥାନକୁ ପଠାଇଥିଲା । ଶେଷରେ ଅପହୃତ ଶିଶୁ ପୁତ୍ରକୁ ଜଲେଶ୍ୱର ଅଞ୍ଚଳରୁ ଉଦ୍ଧାର କରିଛି ପୋଲିସ । ସେହିପରି ଏହି ଘଟଣାରେ ସଂପୃକ୍ତି ଥିବା ଅଭିଯୋଗରେ ଜଣେ ଆଶାକର୍ମୀଙ୍କ ଅଟକ ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.