ଅସହାୟ ବୃଦ୍ଧଙ୍କୁ ସାହା ହେଲେ ପୋଲିସ ବାବୁ
3/03/2020 at 9:59 PM

ଭଦ୍ରକ୩/୩: ରାସ୍ତା ମଝି ରେ ଫସି ରହିଥିବା ଅସହାୟ ବୃଦ୍ଧଙ୍କୁ ସାହାଯ୍ୟ କଲା ପୋଲିସ। ଡ୍ୟୁଟିରେ ପୋଲିସ ବାବୁ ତାଙ୍କୁ ଧରି ଧରି ରାସ୍ତା ପାରି କରି ଦେଇଥିଲେ। ଭଦ୍ରକ ସହରର ନୂଆ ବସ ଷ୍ଟାଣ୍ଡ ନିକଟରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି । ମହାମହିମ ରାଜ୍ୟପାଳ ପ୍ରଫେସର ଗଣେସି ଲାଲଙ୍କ ବାଲେଶ୍ୱର ଗ୍ରସ୍ତ ବେଳେ କିଛି ସମୟ ପାଇଁ ଭଦ୍ରକରେ ରହଣି ବ୍ୟବସ୍ଥା ଥିଲା ।
ରାଜପଥ ରେ ରାଜ୍ୟପାଳ ଆସୁଥିବାରୁ ଭଦ୍ରକ ସହରର ନୂଆ ବସଷ୍ଟାଣ୍ଡ ନିକଟରେ ଟ୍ରାଫିକ ପରିଚାଳନା ପାଇଁ ଟାଉନ ଥାନାର ଏଏସଆଇ ଶରତ ବେହେରାଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଏହି ସମୟରେ ଜନୈକ ବୃଦ୍ଧ ରାସ୍ତା ପାିର ହେଉଥିବା ସମୟରେ ଅଟକି ରହିଥିଲେ। ଏଏସଆଇ ଶରତ ବେହେରା ତାଙ୍କୁ ଧରି ଧରି ରାସ୍ତା ପାରି କରି ଦେଇଥିଲେ। ଶରତଙ୍କ ଏହି କାର୍ଯ୍ୟ ପାଇଁ ବିଭିନ୍ନ ମହଲରେ ତାଙ୍କୁ ପ୍ରଂଶସା କରିଛନ୍ତି।