ପାତାଳି ମହୋତ୍ସବ ଡ୍ୟୁଟିରେ ଥିବା ପୋଲିସ ବାବୁ ମଦ ପିଇ ମାତାଲ ହେଲେ ଆଉ ରାସ୍ତାରେ ଗଡିଲେ, ଭିଡିଓ ହେଉଛି ଭାଇରାଲ୍

Published By : Prameya-News7 Bureau | February 10, 2019 IST

ସୋନପୁର ୧୦|୨:  ମଦ ପିଇ ରାସ୍ତାରେ ଗଡିଲେ ପୋଲିସ ବାବୁ । ସୋନପୁର ଜିଲ୍ଲା ବୀରମହାରାଜପୁର ଥାନାରେ କାର୍ଯ୍ୟରତ ଏଏସଆଇ ବିପିନ ବିହାରୀ ଜାନୀ ନିଶାସକ୍ତ ଅବସ୍ଥାରେ ଲୁହାଖଣ୍ଡି ଗାଁ ରାସ୍ତାର ଉପରେ ଗଡିଥିବା ଭିଡିଓ ଦେଖିବାକୁ ମିଳିଛି । ଦେଖନ୍ତୁ ପୋଲିସ ବାବୁ ଜଣକ ଫୁଲ୍ ମାତାଲ । ମାତାଲ ଅବସ୍ଥାରେ ରାସ୍ତାରେ ଗଡୁଛନ୍ତି ଲୋକଙ୍କୁ ଗାଲିଗୁଲଜ କରି ଧମକ ମଧ୍ୟ ଦେଉଛନ୍ତି । ପୋଲିସ ବାବୁଙ୍କ ଏଭଳି ଆଚରଣ ସାଧାରଣ ଜନତାଙ୍କ ମଧ୍ୟରେ ଆଲୋଚନାର ବିଷୟ ହୋଇଛି ।

{"id":83893}

ସ୍ଥାନୀୟ ଅଞ୍ଚଳରେ ବେଆଇନ ମଦ କାରବାର ଯୋଗୁଁ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇଥିବାବେଳେ ଖୋଦ ପୋଲିସ ଅଧିକାରୀ ନିଜେ ମାତାଲ ହୋଇ ରାସ୍ତାରେ ଗଡିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

{"id":83897}

ପୋଲିସ ବାବୁ ଜଣଙ୍କ ବୀରମହାରାଜପୁର ଥାନା କୋଟସମଲାଇ ଠାରେ ହେଉଥିବା ପାତାଳି ମହୋତ୍ସବକୁ ଡ୍ୟୁଟି କରିବାକୁ ଯାଇଥିଲେ । କିନ୍ତୁ ମହୋତ୍ସବର ସୁରକ୍ଷା ଦାୟିତ୍ବରେ ଥିବା ଏହି ପୋଲିସ ବାବୁ ଜଣକ ସୁରକ୍ଷା ଦାୟିତ୍ବ ତୁଲାଇବେ କଣ ନିଜେ ମାତାଲ ହୋଇ ରାସ୍ତାରେ ଗଡୁଛନ୍ତି । ଓଲଟା ଲୋକଙ୍କୁ ଗାଳି ଗୁଲଜ ମଧ୍ୟ କରୁଛନ୍ତି ।

{"id":83894}

କେବଳ ସେତିକି ନୁହଁ ଖାକି ପୋଷାକ ମଧ୍ୟରୁ ପ୍ୟାଣ୍ଟ ଓ ଜୋତା ପିନ୍ଧି ସେ ଶୋଇପଡିଥିବାବେଳେ ସାର୍ଟକୁ ନିଜ ତଳେ ଲୋଚାକୋଚା କରି ପକାଇ ଦେଇଥିଲେ । ଉଠିବା ପରେ ମଧ୍ୟ ନିଜ ପୋଷାକକୁ ସେ ଯେମିତି ତଳେ ପକାଉଥିଲେ ଆଉ ଧରିଥିଲେ ଲାଗୁଥିଲା ବର୍ଦ୍ଦି ପ୍ରତି ତାଙ୍କର ତିଳେମାତ୍ର ସମ୍ମାନବୋଧ ନାହିଁ ।

{"id":83895}

ପୋଲିସ ବାବୁ ମାତାଲ ହୋଇପଡିଥିବା ଦେଖି ସ୍ଥାନୀୟ ଲୋକ ସେଠାରେ ପହଞ୍ଚି ପୋଲିସ କାର୍ଯ୍ୟକଳାପକୁ ଉପହାସ କରିଥିଲେ । ତାଙ୍କ ସାର୍ଟରେ ଲାଗିଥିବା ନେମ୍‌ପ୍ଲେଟର ଫଟୋ ଉଠାଇଥିଲେ ମଧ୍ୟ ପୋଲିସ ବାବୁଙ୍କ ନିଶା ଭାଙ୍ଗିନଥିଲା । ପାଖରେ ଆଣ୍ଡ୍ରଏଡ ମୋବାଇଲ ଫୋନ ପଡିଥିଲା । ତାକୁ ମଧ୍ୟ ସ୍ଥାନୀୟ ଲୋକେ ଉଠାଇନେଇ ପରେ ପୋଲିସ ବାବୁଙ୍କୁ ଦେଇଥିଲେ ।

{"id":83898}

ସେ ଏମିତି କେମିତି ଡ୍ୟୁଟିରେ ଥାଇ ମାତାଲ ହେଲେ ବୋଲି ପଚାରିବାରୁ ଟିକେ ନିଦ ଲାଗିଲା ଆଉ ଶୋଇପଡିଲି ବୋଲି ସଫେଇ ଦେଇଥିଲେ । କିନ୍ତୁ ଏହା କହିବା ବେଳକୁ ମଧ୍ୟ ତାଙ୍କ ପାଦ ଟଳମଳ ହେଉଥିଲା ଆଉ ତାଙ୍କ ମୁହଁରୁ ଭଣ ଭଣ ମଦଗନ୍ଧ ବାହାରୁଥିଲା ।   

wp:core-embed/youtube {"url":"https://www.youtube.com/watch?v=XkZE0lNsJyQ","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=XkZE0lNsJyQ
/wp:core-embed/youtube

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.