ନିୟମ ଭାଙ୍ଗିବା ଲୋକଙ୍କୁ ସାବାଡ୍ କରୁଥିବା ପୋଲିସ ଦେଖାଇଲା ମାନବିକତା, ନିୟମ ଭାଙ୍ଗି ଅସୁସ୍ଥ ମହିଳାଙ୍କୁ କଲା ସାହାଯ୍ୟ

Published By : Prameya-News7 Bureau | December 11, 2020 IST

ହାଇଦ୍ରାବାଦ, ୧୧|୧୨:  ସାଧାରଣ ଲୋକେ ପୋଲିସକୁ ଭୟ କରିଥାନ୍ତି । ଏପରିକି ଥାନାକୁ ଯିବାକୁ ମଧ୍ୟ କେହି କେହି ରାଜି ନଥାନ୍ତି । ପୋଲିସ ଅଫିସରମାନେ ରାଗି ତଥା କଡା ହୋଇଥିବା ଅନେକଙ୍କ ମନରେ ଧାରଣା ଥାଏ । କିନ୍କୁ ହାଇଦ୍ରାବାଦ ପୋଲିସ ଏପରି କିଛି କରିଛି ଯାହା ଲୋକଙ୍କ ହୃଦୟ ଜିତିଛି । ପୋଲିସ ପ୍ରତି ଥିବା ସାଧାରଣ ଲୋକଙ୍କ ଧାରଣା ମଧ୍ୟ ପରିବର୍ତ୍ତନ ହୋଇଛି । ଏଠାରେ ପୋଲିସ ଜଣେ ଯୁବକଙ୍କୁ ତାଙ୍କ  ଅସୁସ୍ଥ ମାଆଙ୍କୁ ହସ୍ପିଟାଲ ନେବାରେ ସାହାଯ୍ୟ କରିଛି ।

ଯୁବକଜଣଙ୍କ ହେଲେ ସାଇ ଟେଜା । ସେ ହାଇଦ୍ରାବାଦର ଏକ ଆଇଟି ଅନୁଷ୍ଠାନରେ କାମ କରନ୍ତି । ଭାରତ ବନ୍ଦ ଦିନ ତାଙ୍କ ମାଆଙ୍କ ଦେହ ଭୀଷଣ ଖରାପ ହୋଇଯାଇଥିଲା ।  ସେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ମଧ୍ୟ ଆମ୍ବୁଲାମନ୍ସ ଆସିନଥିଲା । ସେ ନିରାଶ ହୋଇଯାଇଥିଲେ । କଣ କରିବେ କିଛି ବୁଝିପାରି ନଥିଲେ । ଶେଷରେ ସେ ନିକଟସ୍ଥ ସାଇବରାବାଦ ପୋଲିସକୁ ସୂଚନା ଦେଇଥିଲେ । କାର୍ଯ୍ୟରତ୍ତ ହୋମଗାର୍ଡ ଡି ମହେନ୍ଦର ଭାରତ ବନ୍ଦ ପାଇଁ ରାସ୍ତା ଜାମ୍ ଥିବା କହିଥିଲେ ।

ଏହାପରେ ପୋଲିସ ଅଧିକାରୀ ଯୁବକଙ୍କ ଜରୁରୀକାଳୀନ ସ୍ଥିତିକୁ ବୁଝିପାରି ରାସ୍ତର ଗୋଟିଏ ପାର୍ଶ୍ୱ ଅର୍ଥାତ ରଙ୍ଗ୍ ସାଇଡରେ ଧାରଣା ହଟାଇଥିଲେ । ଗାଡି ଚଳାଚଳକୁ ମଧ୍ୟ କିଛି ସମୟ ପାଇଁ ରୋକ୍ ଲଗାଇତିଲେ । ଏହାସହ ରାସ୍ତା ଦେଇଥିଲେ । ଶେଷରେ ମହିଳାଙ୍କୁ କୁକଟପଲ୍ଲୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏଥିପାଇଁ ଯୁବକଜଣଙ୍କ ହାଇଦ୍ରାବାଦ ଟ୍ରାଫିକ୍ ପୋଲିସକୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.