ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦୨୦-୨୨ରେ କୋଭିଡ଼ ନେଇଛି ୨୦ହଜାରରୁ ଅଧିକ ଜୀବନ, ବିଧାନସଭାରେ ରାଜସ୍ୱ ମନ୍ତ୍ରୀଙ୍କ ଲିଖିତ ଉତ୍ତର
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ ହୋଟେଲ ମାଲିକ
  • ||
  • ଟାଙ୍ଗୀ : ଅଧୁରା ରହିଗଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||

ଅସହାୟଙ୍କୁ ସାହା ହେଲା ପୋଲିସ, ଅଚିହ୍ନା ମୃତଦେହକୁ କାନ୍ଧ ଦେଲା ଓ ସତ୍କାର ବି କଲା

18/12/2021 at 2:47 PM

କଣ୍ଟାବାଞ୍ଜି, ୧୮/୧୨: କରୋନା ସମୟରେ ଆଗଧାଡିର ଯୋଦ୍ଧା ସାଜି ନିରାଶ୍ରୟଙ୍କୁ ସାହା ହେଉଛି ପୋଲିସ । ଏମିତି ଏକ ସୁନ୍ଦର ବାର୍ତା ଦେଇଛି କଂଟାବାଞ୍ଜି ପୋଲିସ । ଅଜଣା ଅଚିହ୍ନା ମୃତଦେହକୁ ଉଚିତ ସମ୍ମାନ ଦେଇ ଅନ୍ତ୍ୟେଷ୍ଟି କରିଛି । ପୋଲିସର ଏଭଳି ପ୍ରୟାସକୁ ସାରା ସହରବାସୀ ବି ଭୁରି ଭୁରି ପ୍ରସଂଶା କରୁଛନ୍ତି । ସକାଳୁ ସକାଳୁ କଣ୍ଟାବାଞ୍ଜି ଡାକ୍ତରଖାନା ପରିସରରେ ଏକ କୋକେଇ ସଜଡା ଯାଉଥିଲା ।

କଂଟାବାଞ୍ଜି ଉପଖଣ୍ଡ ପୋଲିସ ଅଧିକାରି ହୃଶିକେଷ ମେହେରଙ୍କ ତତ୍ତ୍ୱାବଧାବରେ ଥାନା ଅଧିକାରି ଏବଂ ଅନ୍ୟ ପୋଲିସ କର୍ମଚାରି ମୃତଦେହକୁ କାନ୍ଧେଇ ସହର ମୁଖ୍ୟ ରାସ୍ତା ଦେଇ କଂଟାବାଞ୍ଜି ଶ୍ମଶାନ ଘାଟକୁ ନେଇଯାଇଥିଲେ । ଗତ ୩ ଦିନ ତଳେ କଂଟାବାଞ୍ଜି ଡାକ୍ତରଖାନାରେ ଏକ ଅଚିହ୍ନା ବୃଦ୍ଧାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧିନ ଅବସ୍ଥାରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିଲା ।

ତେବେ କଣ୍ଟାବାଞ୍ଜି ପୋଲିସ ବୃଦ୍ଧା ଜଣକର ପରିଚୟ ନପାଇବାରୁ ଅନ୍ତିମ ସତ୍କାର କରିଛି କଂଟାବାଞ୍ଜି ପୋଲିସ । ସବୁ ସମୟରେ କୌଣସି ନାଁ କୌଣସି କଥାକୁ ନେଇ ଲୋକଙ୍କ ମନରେ ପୋଲିସ ପ୍ରତି ଭୟ ରହିଥାଏ । ହେଲେ ପୋଲିସ ବାବୁଙ୍କର ମଧ୍ୟ ଏଭକି ହୃଦୟ ଅଛି ଆଜିର ଏହି ଦୃଶ୍ୟ ବୟାନ କରୁଛି ।

   Related Posts