ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ ! SDPO କହିଲେ କାହାକୁ ଅଟକ ରଖାଯାଇନି

Published By : Prameya-News7 Bureau | July 20, 2025 IST

ଭୁବନେଶ୍ବର ୨୦।୭: ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଞ୍ଚଳରେ ନାବାଳିକା ପୋଡ଼ି ଘଟଣାରେ ଆକ୍ସନ ମୋଡ଼ରେ ପୋଲିସ । ପୀଡିତାଙ୍କ ପିଉସୀଙ୍କୁ ବଳଙ୍ଗା ଥାନା ପୋଲିସ ଉଠାଇ ନେଇଥିବା ସୂଚନା ରହିଛି । ତେବେ ପୂର୍ବରୁ ପୀଡ଼ିତାଙ୍କ ସାଙ୍ଗକୁ ଥାନାରେ ପଚରାଉଚରା କରାଯାଇଥିବା ନେଇ ମଧ୍ୟ ସୂଚନା ମିଳିଛି । ସେପଟେ ପରିବାର ଲୋକଙ୍କୁ ପଚରାଉଚରା ଚଳାଇଛି ପୋଲିସ । 

ସେପଟେ ବଳଙ୍ଗା SDPO ଦେବାଶିଷ ମିଶ୍ର କହିଛନ୍ତି, ଏହି ଘଟଣାରେ କାହାକୁ ଅଟକ ରଖାଯାଇ ନାହିଁ । ଘଟଣାର ତଦନ୍ତ ଚାଲିଛି । ସିସିଟିଭିରୁ କିଛି ତଥ୍ୟ ମିଳିଛି । ତଦନ୍ତ ନେଇ ୪ଟି ଟିମ୍ ଗଠନ କରାଯାଇଛି । ଟେକ୍ନିକାଲ ଓ  ସ୍ପେଶାଲ ସ୍କ୍ବାଡ୍ ଗଠନ କରାଯାଇଛି । ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛି । କଲ୍ ଡିଟେଲ୍ସ ଯାଞ୍ଚ କରାଯାଇଛି । ଯାହା ଯାହା ଜବତ ହୋଇଛି ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ରହିଛି ।

ତେବେ ଘଟଣାକୁ ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ପୋଲିସର ହାତ ଖାଲି । ଫଳରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ବଳଙ୍ଗା ଥାନାକୁ କଡ଼ା ସୁରକ୍ଷା ବଳୟରେ ରଖାଯାଇଛି । ଥାନା ପରିସରରେ ୧ ପ୍ଲାଟୁନ ଫୋର୍ସ ମୁତୟନ ହେବା ସହିତ ପୋଲିସ ଅଧିକାରୀ ମାନେ ଥାନାକୁ ଜଗି ରହିଛନ୍ତି ।

ସେପଟେ, ଭୁବନେଶ୍ବର ଏମ୍ସରେ ଚିକିତ୍ସିତ ହେଉଛନ୍ତି ବଳଙ୍ଗା ପୀଡ଼ିତା ନାବାଳିକା । ବଳଙ୍ଗା ପୀଡିତାଙ୍କୁ ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ନେଇ ଚାଲିଛି ପ୍ରସ୍ତୁତି । ପୀଡ଼ିତାଙ୍କୁ ଏୟାରଲିଫ୍ଟ ନେଇ ପ୍ରତିକ୍ରିୟା ରଖିଛନ୍ତି ଏମ୍ସ ନିର୍ଦ୍ଦେଶକ ଆଶୁତୋଷ ବିଶ୍ବାସ । ଦିନ ୧୨ଟା ୩୦ମିନିଟ୍ ସୁଦ୍ଧା ପୀଡ଼ିତାଙ୍କୁ ଦିଲ୍ଲୀ ଏୟାରଲିଫ୍ଟ କରାଯିବ । ପୀଡିତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିଛି । ରକ୍ତଚାପ ପୂର୍ବଦିନ ଅପେକ୍ଷା ସାମାନ୍ୟ ଥିବା ବେଳେ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଛି । ଏମ୍ସର ଡାକ୍ତରୀଦଳ ସହ ପରିବାର ସଦସ୍ୟ ମଧ୍ୟ ଦିଲ୍ଲୀ ଯିବେ ।

You Can Read:

ଏୟାରଲିଫ୍ଟ ହେବେ ବଳଙ୍ଗା ପୀଡିତା ନାବାଳିକା, ଦିଲ୍ଲୀ ଏମ୍‌ସର ଡାକ୍ତରୀ ଟିମ୍‌ ସହ ଚାଲିଛି ଆଲୋଚନା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.