ଭଦ୍ରକ ୨୬।୨: ମାଟ୍ରିକ୍ ପରୀକ୍ଷା ବେଳେ କପି ଯୋଗାଇବା ଅଭିଯୋଗ । ସ୍କୁଲର ପିଅନ କପି ଯୋଗାଉଥିବା ଅଭିଯୋଗ ପରେ ଉତ୍ତେଜନା । ଶେଷରେ ପିଅନକୁ ଅଟକ ରଖିଲା ପୋଲିସ । ଭଦ୍ରକ ଜିଲ୍ଲା ଭଦ୍ରକାଳୀ ସରକାରୀ ଉଚ୍ଚବିଦ୍ୟାଳୟର ପିଅନ ଚିତ୍ତରଞ୍ଜନ ବେହେରାଙ୍କୁ ଶେଷରେ ପୋଲିସ ସ୍କୁଲ ଭିତରୁ ଉଠାଇ ନେଇଯାଇଛି ।
{"id":914061,"sizeSlug":"full","linkDestination":"none"}ଗତ ତିନୋଟି ପରୀକ୍ଷାରେ ଭଦ୍ରକାଳୀ ସରକାରୀ ଉଚ୍ଚ ବିଦ୍ୟାଳୟ ପିଅନ ନିର୍ଦ୍ଧିଷ୍ଟ ଛାତ୍ରଙ୍କୁ କପି ଦେଇଆସୁଥିଲେ ବୋଲି ଅଭିଯୋଗ ହୋଇଛି । ଯାହାକୁ ନେଇ ସୋମବାର ପରୀକ୍ଷା ପରେ ଛାତ୍ର ଓ ଅଭିଭାବକମାନେ ବିରୋଧ କରିବା ସହ ଗେଟରେ ତାଲା ପକାଇ ଦେଇଥିଲେ । ତେବେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ଖବର ପାଇ ଘଟଣାସ୍ଥଳରେ ବ୍ଲକ ଶିକ୍ଷାଧିକାରୀ ଚକ୍ରଧର ମଲ୍ଲିକଙ୍କ ସହ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହିତ ପିଅନଙ୍କୁ ଆଣି ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି । ଘଟଣା ବିଷୟରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ତେବେ ସ୍କୁଲ ପରିସରରେ ଚାପା ଉତ୍ତେଜନା ଲାଗିରହିଥିବା ଦେଖିବାକୁ ମିଳିଛି । ସରକାରଙ୍କ ମାଟ୍ରିକ୍ ପରୀକ୍ଷାରେ ସ୍ବଚ୍ଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
You Can Read :
wp:embed {"url":"https://www.prameyanews7.com/bhadrak-mps-husband-got-down-from-the-stage-after-the-protest/","type":"wp-embed","providerNameSlug":"prameya-news-7"} /wp:embed