ରାଜି ନଥିଲେ ପରିବାର, ପ୍ରେମ ପାଇଁ ଘରୁ ଲୁଚି ପଳାଇଲେ ପ୍ରେମୀ ଯୁଗଳ, ଫୋନ୍‌ ଟ୍ରାସ୍‌ ପହଞ୍ଚିଗଲା ପୋଲିସ୍‌ ତାପରେ...

Published By : Prameya-News7 Bureau | June 23, 2021 IST

ଭୁବନେଶ୍ୱର, ୨୩/୦୬: ଫେରାର ପ୍ରେମୀ ଯୁଗଳଙ୍କୁ ଥାନାରେ ବାହା କରାଇଲା ପୋଲିସ । ଖୋର୍ଦ୍ଧାର ଝିଅ ଭୁବନେଶ୍ୱରର ପୁଅ । ପ୍ରେମୀ ଯୁଗଳ ଫେରାର ହେବା ପରେ ନିଖୋଜ ଅଭିଯୋଗ କରିଥିଲେ ପରିବାର ଲୋକେ । ମୋବାଇଲ ନମ୍ୱରରୁ ପୋଲିସ ଟ୍ରାକିଂ କରି ସେମାନଙ୍କ ପାଖରେ ପହଞ୍ଚିଥିଲା ।

{"id":470276,"sizeSlug":"large","linkDestination":"none"}

ଉଭୟ ସାବାଳକ ହୋଇଥିବା ସତ୍ତ୍ୱେ ଉଭୟଙ୍କ ଘରେ କେହି ରାଜି ନ ହେବାରୁ ଘରୁ ସେମାନେ ଫେରାର ହୋଇଯାଇଥିଲେ । ଲକଡାଉନରେ କେଉଁଠି ବାହା ହୋଇପାରୁନଥିଲେ । ଯେଉଁ ମନ୍ଦିରକୁ ଯାଉଥିଲେ ସରକାରୀ ନିୟମ ପାଇଁ ସେଠାରୁ ମୁଁହ ଫେରାଉଥିଲେ । ପୋଲିସ ସେମାନଙ୍କ ପଖରେ ପହଁଚିବା ସହିତ ସେମାନଙ୍କ ସମସ୍ୟା ବୁଝି ପରିବାର ଲୋକଙ୍କୁ ଥାନାକୁ ଡାକି ଲକଡାଉନରେ ସେମନଙ୍କର ବାହାଘର ଥାନାରେ ସମାପନ କରିଛି । ନିଖୋଜ ପୁଅ ଝିଅଙ୍କୁ ପୋଲିସ ଉଦ୍ଧାର କରିବା ପରେ ସହିଦ ନଗର ଥାନାରେ ସେମାନଙ୍କର ବାହାଘର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.