Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

ନୁପୁର ଶର୍ମାଙ୍କ ବୟାନକୁ ନେଇ ହାଓ୍ୱଡା ଓ ରାଞ୍ଚି ଅଶାନ୍ତ : ପୋଲିସ-ବିକ୍ଷୋଭକାରୀ ମୁହାଁମୁହିଁ, ଲାଗିଲା ୧୪୪ ଧାରା

11/06/2022 at 12:08 PM

ନୂଆଦିଲ୍ଲୀ ୧୧/୦୬:  ନୁପୁର ଶର୍ମାଙ୍କ ବୟାନକୁ ନେଇ ଶୁକ୍ରବାର ଦେଶର କିଛି ସ୍ଥାନରେ ହିଂସା ଦେଖିବାକୁ ମିଳିଥିଲା । ଶନିବାର ମଧ୍ୟ ଭିନ୍ନ ଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିଛି । ପ୍ରୟାଗରାଜରୁ ହାଓ୍ୱଡା ଓ ରାଞ୍ଚୀରେ ବ୍ୟାପକ ଭଙ୍ଗାରୁଜା ଘଟଣା ସାମ୍ନାକୁ ଆସିଥିଲା । ପ୍ରୟାଗରାଜ ହିଂସାରେ ଉତ୍ତର ପ୍ରଦେଶ ପୋଲିସ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ଲାଗିଛି । ଘରୁ ବାହାରକୁ ବାହାରିଥିବା ଲୋକଙ୍କୁ ଅଟକ ରଖାଯାଇଛି ।

ସେହିପରି ପଶ୍ଚିମବଙ୍ଗର ହାଓ୍ୱଡାରେ ପୋଲିସ ଓ ବିକ୍ଷୋଭକାରୀ ମୁହାଁମୁହିଁ ହୋଇଛନ୍ତି । ବିକ୍ଷୋଭକାରୀମାନେ ପୋଲିସ ଉପରକୁ ପଥର ମାଡ ମଧ୍ୟ କରିଥିଲେ । ଏହାପରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପକ୍ଷରୁ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଥିଲା ।

ହାଓ୍ୱଡାରେ ହିଂସା ଓ ଦଙ୍ଗା ରୋକିବାକୁ ବିଭିନ୍ନ ସ୍ଥାନରେ ୧୪୪ ଧାରା ଲାଗୁ ହୋଇଛି । ଜୁନ ୧୩ ତାରିଖ ଯାଏଁ ଇଣ୍ଟରନେଟ ଉପରେ କଟକଣା ଲାଗୁ ହୋଇଛି । ଏବେସୁଦ୍ଧା ୭୦ ଜଣଙ୍କୁ ଗିରଫ କରାଯାଇଛି ।

ଝାଡଖଣ୍ଡର ରାଞ୍ଚୀରେ ମଧ୍ୟ ବ୍ୟାପକ ହିଂସାକାଣ୍ଡ ଘଟିଛି । ଏଠାରେ ଜୁନ ୧୨ ଯାଏଁ ଇଣ୍ଟରନେଟ୍ ବନ୍ଦ କରାଯାଇଛି । ୧୩ଟି ଥାନା ଅଞ୍ଚଳରେ ୧୪୪ ଧାରା ଲାଗୁ ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ପୋଲିସ ଫୋର୍ସ ମୁତୟନ ହୋଇଛି । ଭିଡିଓ ଓ ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତଙ୍କୁ ଧରିବାରୁ ପ୍ରୟାସ ଜାରି ରହିଛି ।

   Related Posts