ଦୁଇ ବାଇକ୍ ମୁହାଁମୁହିଁ ଧକ୍କା: ହାବିଲ୍ଦାର ମୃତ, ଦୁଇ ଗୁରୁତର
4/04/2023 at 11:12 PM

ଢେଙ୍କାନାଳ ୦୪/୦୪: ଢେଙ୍କାନାଳ କପିଳାଶ ରାସ୍ତାର ବିରଡ଼ିଆରେ ବାଇକ ଦୁର୍ଘଟଣାରେ ଜଣେ ପୋଲିସ ହାବିଲଦାରଙ୍କ ମୃତ୍ୟୁ ହୋଇଛି। ମୃତ ହାବିଲଦାରଙ୍କ ବିପିନ ବିହାରୀ କର। ସେ କାମାକ୍ଷାନଗର ଥାନାରେ କାର୍ଯ୍ୟରତ ଥିଲେ। ବିପିନଙ୍କ ଘର ଢେଙ୍କାନାଲ ଜୋରନ୍ଦା ଅନ୍ନପୁର ଗାଁରେ ବୋଲି ଜଣାପଡିଛି।

ବିପିନ ଢେଙ୍କାନାଳ କୋର୍ଟରୁ ସାକ୍ଷୀ ଦେଇ ଫେରିବାବେଳେ କପିଳାଶ ଆଡୁ ଫେରୁଥିବା ଅନ୍ୟ ଏକ ବାଇକ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା। ଫଳରେ ଅନ୍ୟ ବାଇକରେ ଥିବା ଯୁବକ ଯୁବତୀ ମଧ୍ୟ ଗୁରୁତର ହୋଇଥିଲେ।

ତେବେ ହାବିଲଦାରଙ୍କ ସହ ଅନ୍ୟ ଦୁଇ ଯୁବକ ଯୁବତୀଙ୍କ ଗୁରୁତର ଅବସ୍ଥାରେ ପ୍ରଥମେ ଢେଙ୍କାନଲ ମୁଖ୍ୟ ଡକ୍ଟରଖନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ତିନିଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ଏସସିବି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ହାବିଲଦାରଙ୍କ ମୃତ୍ୟୁ ହୋଇଛି।