ଶ୍ରୀମନ୍ଦିର ଚାରିପଟୁ ଲାଇଟ୍ ଖୋଲିନେବା ପ୍ରସଙ୍ଗ, ଇଭେଣ୍ଟ ସଂସ୍ଥାର ୪ ଅଟକ

Published By : Prameya-News7 Bureau | June 08, 2024 IST

ପୁରୀ ୦୮/୦୬: ଶ୍ରୀମନ୍ଦିରକୁ ଆଲୋକୀକରଣ କରୁଥିବା ଫୋକସ ଲାଇଟ୍ ଖୋଲି ନେଇଯିବା ପ୍ରସଙ୍ଗ। ଇଭେଣ୍ଟ ସଂସ୍ଥାର ଚାରିଜଣଙ୍କୁ ଥାନାରେ ଅଟକ ରଖିଛି ପୋଲିସ । କେଉଁ ପରିସ୍ଥିତିରେ ଲାଇଟ୍ ଖୋଲି ନେଲେ ସେନେଇ ଚାଲିଛି ପଚରାଉଚରା। ଏ ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ । 

ସୂଚନା ଥାଉକି, ୩ ଦିନ ତଳେ ହଠାତ୍ ପୁରୀ ଶ୍ରୀମନ୍ଦିରକୁ ଆଲୋକୀକରଣ କରୁଥିବା ଫୋକସ୍ ଲାଇଟକୁ ଖୋଲିନେଇଥିଲା ଇଭେଣ୍ଟ କମ୍ପାନୀ। ଯାହାକୁ ନେଇ ଭକ୍ତ ଓ ସେବାୟତଙ୍କ ମଧ୍ୟରେ ଦେଖାଦେଇଥିଲା ଅସନ୍ତୋଷ। ଏହି ଅସନ୍ତୋଷ ଦେଖାଯିବା ପରେ ଘଟଣାର ପୁରୀ ଜିଲ୍ଲାପାଳଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା। 

ମୁଖ୍ୟ ଶାସନ ନିଜ ସୋଶାଲ ମିଡିଆରେ Xରେ ଉଲ୍ଲେଖ କରିଛନ୍ତି ଯେ, ଶ୍ରୀମନ୍ଦିରକୁ ଆଲୋକୀକରଣ କରୁଥିବା ଫୋକସ୍ ଲାଇଟକୁ ଖୋଲିନେବା ଘଟଣାର ତଦନ୍ତ କରାଯାଉ। ପୁରୀ ଜିଲ୍ଲାପାଳ ଏହି ଘଟଣାର ତଦନ୍ତ କରନ୍ତୁ। ଏହାସହ ତଦନ୍ତ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। 

ଏଥିସହ ପୁରୀ ଜିଲ୍ଲାପାଳ ପୁନଃ ଆଲୋକୀକରଣ ବ୍ୟବସ୍ଥା କରିବା ସହ ଏହାର ସ୍ଥାୟୀ ସମାଧାନ କରନ୍ତୁ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ନିର୍ବାଚନ ବାହାରିବା ପରେ ଅର୍ଥାତ ୩ ତଳେ ବଡଦେଉଳକୁ ଆଲୋକୀକରଣ କରୁଥିବା ଫୋକସ୍ ଲାଇଟକୁ ଇଭେଣ୍ଟ କମ୍ପାନୀ ପକ୍ଷରୁ ଖୋଲି ଦିଆଯାଇଥିବା ଅଭିଯୋଗ ହୋଇଥିଲା । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.