ଚୋରି ବାଇକ୍ ଓ ମୋବାଇଲ୍ ମାଲିକଙ୍କୁ ଫେରାଇଲା ପୋଲିସ

Published By : Prameya-News7 Bureau | December 09, 2023 IST

ଭୁବନେଶ୍ବର ୯।୧୨: କମିଶନରେଟ୍ ପୋଲିସର ବଡ ପଦକ୍ଷେପ । ପୋଲିସ ଫେରାଇଲା ଚୋରି ହୋଇଥିବା ବାଇକ୍ ଓ ମୋବାଇଲ । ଜବତ ଗାଡି ଓ ମୋବାଇଲ ମାଲିକଙ୍କୁ ଫେରାଇଛି ପୋଲିସ ।

କମିଶନରେଟ୍ ପୋଲିସ ଚୋରି ହୋଇଥିବା ମୋଟର ସାଇକେଲ ଓ ମୋବାଇଲ ଚୋରଙ୍କ ଠାରୁ ଉଦ୍ଧାର କରିବା ପରେ ଫେରାଇଛି । ଚୋରି ହୋଇଥିବା ଗାଡି ଓ ମୋବାଇଲ ମାଲିକଙ୍କୁ ହସ୍ତାନ୍ତର କରିଛି କମିଶନରେଟ୍ ପୋଲିସ । ତେବେ ପୋଲିସ ୮୦ଟି ମୋବାଇଲ, ୨୭ଟି ଚୋରି ବାଇକ୍ ମାଲିକଙ୍କୁ ଫେରାଇଛି ପୋଲିସ ।

ଉଲ୍ଲେଖଯୋଗ୍ୟ ଯେ, ଚଳିତ ବର୍ଷ ୮ଶହ ମୋବାଇଲ ସହ ୧୬୭ ଚୋରି ବାଇକ୍‌କୁ ମାଲିକଙ୍କୁ ଫେରାଇଲାଣି ପୋଲିସ ।

You Can Read :

wp:embed {"url":"https://www.prameyanews7.com/odisha-state-bjp-president-manmohan-samal-reaction-after-returned-from-delhi/","type":"wp-embed","providerNameSlug":"prameya-news-7"}
https://www.prameyanews7.com/odisha-state-bjp-president-manmohan-samal-reaction-after-returned-from-delhi/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.