ପୋଲିସ ଏନ୍‌କାଉଣ୍ଟରେ ଅପରାଧୀ ନିହତ, ବ୍ୟାଙ୍କ ଲୁଟ୍‌ ଘଟଣାରେ ଥିଲା ମାଷ୍ଟର ମାଇଣ୍ଡ !

Published By : Prameya-News7 Bureau | February 24, 2020 IST

ବସ୍ତି ୨୪।୦୨: ପୋଲିସ ଗୁଳିରେ ଅପରାଧୀ ଫିରୋଜ ପଠାନ ନିହତ । ଉତ୍ତରପ୍ରଦେଶର ବସ୍ତି ଥାନା ପୋଲିସ ଓ ଏସ୍‌ଟିଏଫ୍‌ ଟିମ୍‌ ମିଳିତ ଭାବେ ଏନକାଉଣ୍ଟରରେ ଅପରାଧୀ ନିହତ ହୋଇଛି । ଅପରାଧୀ ନିକଟରୁ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଛି । ମୃତ ଅପରାଧୀ ନାମରେ ବହୁ ସଙ୍ଗୀନ ଅଭିଯୋଗ ରହିଛି । ଏବଂ ବିଭିନ୍ନ ଥାନାରେ ପୁରସ୍କାର ମଧ୍ୟ ରହିଥିଲା ।

{"id":228439,"sizeSlug":"large"}

ପୋଲିସନୁସାରେ, ରବିବାର ଦିନ ବିଳମ୍ବିତ ରାତିରେ ଲାଲଗଞ୍ଜ ଥାନା ଅଞ୍ଚଳରେ ଅପରାଧୀ ପିରୋଜ ପଠାନ୍‌ ଲୁଚି ରହିଥିବା ଖବର ମିଳିଥିଲା । ପୋଲିସ ତୁରନ୍ତ ଖବର ପାଇଁ ସ୍ଥାନୀୟ ଅଞ୍ଚଳକୁ ଘେରି ଯାଇଥିଲା । ତେବେ ଚାରିପଟୁ ପୋଲିସ ଘେର ଦେଖି ଅପରାଧୀ ଖସିଯିବାକୁ ଉଦ୍ୟମ କରିଥିଲା । ଏକ ବାଇକ ଯୋଗେ ଦୁଇ ଜଣ ଯୁବକ ଖସି ଯାଉଥିଲେ । ପୋଲିସ ସେମାନଙ୍କୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଦୁଇ ଜଣ ଯୁବକ ସେଠାରୁ ଫେରାର ହେବା ପାଇ କରୁଥିବା ବେଳେ ପଛରେ ବସିଥିବା ଯୁବକ ବାଇକରୁ ଖସିପଡିଥିଲେ । ତଳେ ପଡିଯାଇଥିବା ଯୁବକ ଜଣଙ୍କ ପୋଲିସ ଉପରକୁ ଗୁଳିମାଡ କରିଥିଲା । ପୋଲିସ ଜବାବ ଦେଇ ମଧ୍ୟ ଗୁଳି ଚାଳନା କରିଥିଲେ । କିଛି ସମୟ ଧରି ଅପରାଧୀ-ପୋଲିସ ମଧ୍ୟରେ ଗୁଳିବିନମୟ ଜାରି ରହିଥିଲେ ।

ଶେଷରେ ପୋଲିସ ଗୁଳିରେ ଯୁବକ ଜଣଙ୍କ ଆହତ ହୋଇଥିଲେ । ଆହତ ଯୁବକ ଦେହରେ ପୋଲିସର ୩ଟି ଗୁଳି ବାଜିଥିଲେ । ପୋଲିସ ତୁରନ୍ତ ଯୁବକକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା । ଏବଂ ଯୁବକଙ୍କ ପକେଟରୁ ଏକ ଡ୍ରାଇଭିଙ୍ଗ ଲାଇସେନ୍ସ ମିଳିଥିଲା । ଯେଉଁଥିରେ ତାର ନାମ ଫିରୋଜ ପଠାନ୍‌ ବୋଲି ଲେଖାଥିଲେ । ତେବେ ମେଡିକାଲରେ ଫିରୋଜକୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ନିହତ ଅପରାଧୀ ଫିରେଜ ନିକଟରୁ ଗୋଟିଏ ପିସ୍ତଲ, କାର୍ବାଇନ ସମେତି କିଛି ସାମଗ୍ରୀ ଜବତ ହୋଇଛି । ତେବେ ପୋଲିସନୁସାରେ ଆଇସିଆଇସିଆଇ ବ୍ୟାଙ୍କ ଲୁଟ୍‌ ଘଟଣାରେ ମାଷ୍ଟର ମାଇଣ୍ଡ ଥିଲା । ଏବଂ କିଛି ଦିନ ହେଲା ପୋଲିସ ଅପରାଧୀକୁ ଖୋଜୁଥିଲେ । ଶେଷରେ ଆଜି ଏନ୍‌କାଉଣ୍ଟରରେ ନିହତ ହୋଇଛି । ମୃତ ଅପରାଧୀ ନାଁରେ ଗୋରଖପୁରରେ ୧ଲକ୍ଷ ଟଙ୍କା ଓ ପ୍ରୟାଗରାଜରେ ୫୦ହଜାର ଟଙ୍କାର ପୁରସ୍କାର ରାଶି ପୂର୍ବରୁ ଘୋଷଣା କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.