ରାୟପୁର ୦୯।୦୫: ଛତିଶଗଡ ରାଜନନ୍ଦଗାଓଁ ଜିଲ୍ଲାରେ ପୋଲିସ–ନକ୍ସଲ ମଧ୍ୟରେ ଗୁଳିବିନିମୟ । ରାଜନନ୍ଦଗାଓଁର ଥିବା ମାନପୁର ନିକଟରେ ଥିବା ଜଙ୍ଗଲରେ ପୋଲିସ-ନକ୍ସଲ ମଧ୍ୟରେ ଏନ୍କାଉଣ୍ଟକର ହୋଇଛି । ଏହି ଏନ୍କାଉଣ୍ଟରେ ଜଣେ ପୋଲିସ ସବ୍-ଇନ୍ସପେକ୍ଟର ଶହିଦ ହୋଇଛନ୍ତି । ସେହିପରି ପୋଲିସ ଗୁଳିରେ ୪ଜଣ ନକ୍ସଲ ନିହତ ହୋଇଥିବା ଜଣାପଡିଛି । ମୃତ ୪ଜଣ ନକ୍ସଲଙ୍କ ମଧ୍ୟରେ ଦୁଇଜଣ ପୁରୁଷ ଓ ଦୁଇ ଜଣ ମହିଳା ଥିବା ସୂଚନା ରହିଛି । ତେବେ ସ୍ଥାନୀୟ ଜଙ୍ଗଲରେ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । ତେବେ ଶହିଦ ହୋଇଥିବା ସବ୍-ଇନ୍ସପେକ୍ଟର ଶ୍ୟାମକିଶୋର ଅମ୍ବିକାପୁର ଜିଲ୍ଲାର ବାସିନ୍ଦା ବୋଲି ଜଣାପଡିଛି ।
wp:html/wp:htmlOne Police Sub Inspector (SI) lost his life and 4 naxals killed in an encounter near Pardhoni village under Manpur police station limits. Bodies of the 4 naxals, 1 AK-47 rifle, 1 SLR weapon and two .315 bore rifles recovered: GN Baghel, ASP Rajnandgaon #Chhattisgarh
— ANI (@ANI) May 9, 2020
ସୂଚନାଯୋଗ୍ୟ ଯେ, ଶୁକ୍ରବାର ବିଳମ୍ବିତ ରାତିରେ ମାନପୁର ଥାନା ଅଞ୍ଚଳରେ ଥିବା ପାର୍ଦୋନି ଜଙ୍ଗଲରେ ପୋଲିସର ସର୍ଚ୍ଚ ଅପରେସନ ସମୟରେ କିଛି ନକ୍ସଲ ଲୁଚି ରହିଥିବା ସୂଚନା ମିଳିଥିଲା । କିନ୍ତୁ ନକ୍ସଲମାନେ ପୋଲିସ ଉପରକୁ ଗୁଳିଚାଳନା ଆରମ୍ଭ କରିଦେଇଥିଲେ । ପୋଲିସ ଏହାର ଦୃଢ ଜବାବ ମଧ୍ୟ ଦେଇଥିଲା । ଅତିକମ୍ରେ ୧ଘଣ୍ଟା ପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିଲା । ତେବେ ଏନ୍କାଉଣ୍ଟର ଜଣେ ପୋଲିସ ସବ୍-ଇନ୍ସପେକ୍ଟରଙ୍କ ଶହିଦ ହୋଇଛନ୍ତି । ଅନ୍ୟପଟେ ପୋଲିସର ପାଲଟା ଆକ୍ରମଣରେ ୪ଜଣ ନକ୍ସଲ ନିହତ ହୋଇଛନ୍ତି । ନକ୍ସଲଙ୍କ ମୃତଦେହକୁ ଜିଲ୍ଲା ମୁଖ୍ୟାଳ. ଆଣିବାକୁ ଯୋଜନା ପ୍ରସ୍ତୁତ ଚାଲିଛି ।
{"id":266970,"width":588,"height":290,"sizeSlug":"large"}ତେବେ ସୂଚାନ ଅନୁଯାୟୀ ଜଙ୍ଗଲରେ ଚାଲିଥିବା ଏନ୍କାଉଣ୍ଟରରେ ୪ଜଣ ନକ୍ସଲ ନିହତ ହେବା ସହ ବିପୁଳ ପରିମାଣ ବନ୍ଧୁକ ଓ ଗୁଳିଗୋଳ ଜବତ କରିଛି । ପୋଲିସ ସର୍ଚ୍ଚ ଅପରେସନ ଏନକାଉଣ୍ଟର ସ୍ଥାନରୁ ଏକ AK-47 ରାଇଫଲ, 1 SLR ଏବଂ 2 .315 ବୋର ରାଇଫଲ ଜବତ ହୋଇଛି ।