oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ଏବେ ପଲସର ବାଇକରେ ଚୋରା ଚାଲାଣ : ଅବକାରୀ ବିଭାଗର ଚଢାଉ, ମଦ ଜବତ ସହ ଅଭିଯୁକ୍ତ ଗିରଫ

29/07/2020 at 11:30 AM

ଭଦ୍ରକ ୨୯।୦୭: କରୋନା ସଂକ୍ରମଣ ପାଇଁ ଲକଡାଉନ ଆଉ ସଟଡାଉନ ଜାରି କରାଯାଇଛି । କିନ୍ତୁ ଏହି କଟକଣାର ଫାଇଦା ନେଉଛନ୍ତି ଚୋରା ମଦବେପାରୀ । ପୂର୍ବରୁ ମାଲବାହୀ ଗାଡି ଓ କାରରେ ମଦ ଚାଲାଣ ହେଉଥିଲା ବେଳେ ଏବେ ବାଇକରେ ଚୋରାମଦ ଚାଲାଣ ହେଉଛି । ପଲସର ବାଇକରେ ଏବେ ମଦ ମଫିଆ ଚୋରା ମଦ ଚାଲାଣ କରୁଥିବା ବେଳେ ଧରା ପଡ଼ୁଛନ୍ତି । ଭଦ୍ରକ ଅବକାରୀ ବିଭାଗର ମୋବାଇଲ ଟିମ ହାତରେ ଧରାପଡିଛି ଏହି ଟିମ । ପଲସର ବାଇକରେ ଚୋରାରେ ମଦ ଚାଲାଣ ଚାଲିଥିଲା ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଅବକାରୀ ବିଭାଗର ମୋବାଇଲ ଟିମ ଇଚ୍ଛାପୁର ଅଞ୍ଚଳର ପଲାସାହି ଠାରେ ଚଢାଉ କରାଯାଇଥିଲା । ୧୫୦ ଲିଟର ଦେଶୀ ମଦ ମଦ ସହ ଚୋରାଚାଲାଣରେ ବ୍ୟବହାର ହେଉଥିବା OD 22 F 4337 ନମ୍ବର ପଲସର ବାଇକକୁ ଅଟକାଇଥିଲେ । ଯାଞ୍ଚ ସମୟରେ ସେମାନଙ୍କ ଠାକୁ ମଦ ଜବତ ହୋଇଥିଲା । ଗୋରାମାଟି ପଞ୍ଚାୟତ ତରଣପଦାର ଭଗବାନ ଦାସକୁ ଗିରଫ କରିଥିବା ବେଳେ ଟିମକୁ ଦେଖି ଅନ୍ୟ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଥିଲେ । ସେହିଭଳି ପଲାସାହିର ଅନାମ ମଲ୍ଲିକଙ୍କୁ ମଧ୍ୟ ଗିରଫ କରିଛି ଅବକାରୀ ବିଭାଗ । ଅନାମ ଙ୍କ ନିକଟରୁ ୩୦୦ ଲିଟର ଦେଶୀ ମଦ ଜବତ ହୋଇଛି ।

ମୋବାଇଲ ଟିମ ଦୁଇଟି ସ୍ଥାନରେ ଚଢାଉ ପରେ ସମୁଦାୟ ୪୫୦ଲିଟର ଦେଶୀ ମଦ ଜବତ କରିଥିବା ବେଳେ ଗୋଟିଏ ପଲସର ବାଇକ ସହ ଦୁଇଜଣଙ୍କୁ ଗିରଫ କରିଛି । ଫେରାର ଅଭିଯୁକ୍ତ ନାମରେ ମଧ୍ୟ ମାମଲା ରୁଜୁ କରାଯାଇଥିବା ସୂଚନା ମିଳିଛି ।  

   Related Posts