ଚୋର ଗିଳିଦେଲା ସୁନା ଚେନ୍‌ ପୁଲିସ ଖୁଆଇଲା ପାଚିଲା କଦଳୀ, ଜାଣନ୍ତୁ କାହିଁକି

Published By : Prameya-News7 Bureau | August 22, 2019 IST

ବିକାନେର୍‌ – ରାଜସ୍ଥାନ ବିକାନରର ପୁଲିସ ଜଣେ ଚୋରି ଗିଳିଦେଇଥିବା ସୁନାଚେନ୍‌କୁ ପାଇବାପାଇଁ ତାକୁ ଦୁଇ ଦିନ ଧରି କେବଳ ପାଚିଲା କଦଳୀ ଖାଇବାକୁ ଦେଇଥିଲେ । ବିକାନେରର  ଗଙ୍ଗାସହର ଅଞ୍ଚଳରେ ଜଣେ ମହିଳା ଜିନିଷ କିଣାକିଣି କରୁଥିବା ବେଳେ  ମଟରସାଇକେଲରେ ଦୁଇଜଣ ଲୁଟେରା ଏକ ସୁନା ଚେନ୍‌କୁ ଲୁଟି ନେଇଥିଲେ । ପୁଲିସ କୁ ଏହି ବିଷୟରେ ଅଭିଯୋଗ ମିଳିଥିଲା । ସିସି ଟିଭିଫୁଟେଜର ମିଳିଥିବା ସୁରାଗରୁ  ଏହାର କିଛି ଘଣ୍ଟା ପରେ ଏହି ଦୁଇଜଣ ଲୁଟେରାଙ୍କୁ  ପୁଲିସ ଗିରଫ କରିଥିଲା ।

 ମାତ୍ର ସେମାନଙ୍କ ଠାରୁ ସୁନାଚେନ୍‌ ଉଦ୍ଧାର ହୋଇପାରି ନଥିଲା ।  ସେମାନେ ପୁଲିସକୁ ମିଛ କହି ଭୁଆଁ ବୁଲେଇବା ପାଇଁ ଚେଷ୍ଟା କରିଥିଲେ । ହେଲେ ପୁଲିସ ସହଜରେ ମାନି ନଥିଲା । ପରେ ଜଣେ ସୁନା ଚେନ୍‌ ଗିଳି ଦେଇଥିବା କଥା ପୁଲିସ ନିକଟରେ ସ୍ୱୀକାର କରିଥିଲା । ପୁଲିସ ଏହି ଚୋରମାନଙ୍କର ଏକ୍ସରେ କରିଥିଲା । ପେଟରେ ସୁନା ଚେନ୍‌ଥିବା କଥା ଏକ୍ସରେ ରୁ ସ୍ପଷ୍ଟ ହୋଇଥିଲା ।ଏହାପରେ ପୁଲିସ ଚୋରର ଅସ୍ତ୍ରୋପଚାର ନକରି ପାଚିଲା ଅମୃତଭଣ୍ଡାଓ କଦଳୀ ଖାଇବାକୁ ଦେଇଥିଲା ।

ଏହାପରେ ଝାଡାରେ ସୁନାଚେନ୍‌ ବାହାରିଥିଲା । ଡାକ୍ତରଙ୍କ ପରାମର୍ଶରେ ଏପରି କରିଥିବା କଥା କହିଛି । ଏହାପୂର୍ବରୁ ଆଉଜଣେ ଲୁଟାରେଠାରୁ ଏକ ମଙ୍ଗଳସୁତ୍ର କାଢିବା ପାଇଁ ୯୬ଟି କଦଳୀ ଖାଇବା ପାଇଁ ଦିଆଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.