ଫ୍ରିଜ୍‌ ହେଲା ୧୦ ଗଞ୍ଜେଇ ମାଫିଆଙ୍କ ୪.୭୭ କୋଟି ଟଙ୍କାର ସମ୍ପତ୍ତି, ବିଜ୍ଞପ୍ତି ଜାରି କଲା ପୋଲିସ

Published By : Prameya-News7 Bureau | October 05, 2021 IST

ମାଲକାନଗିରି, ୦୫/୧୦: ମାଲକାନଗିରିରୁ ଧରାପଡ଼ିଥିବା ୧୦ ଜଣ ଗଞ୍ଜେଇ ମାଫିଆଙ୍କ ସମ୍ପତ୍ତି ଫ୍ରିଜ୍‌ କରିଛି ଓଡ଼ିଶା ପୋଲିସ୍ । ମୋଟ ୪.୭୭ କୋଟି ଟଙ୍କାର ସମ୍ପତ୍ତି ଫ୍ରିଜ୍‌ କରାଯାଇଥିବା ଏକ ବଜ୍ଞପ୍ତି ପ୍ରକାଶ କରି ପୋଲିସ୍‌ ବିଭାଗ ସୂଚନା ଦେଇଛି । ମାଲ୍‌କାନଗିରି ଏମ୍‌ଭି- ୭୯ ଥାନା ପୋଲସ୍‌ ଦ୍ୱାୟିତ୍ୱରେ ଏହି ସମ୍ପତ୍ତି ଫ୍ରିଜ୍‌ ହୋଇଥିବା ଜଣାପଡ଼ିଛି ।

ଗତ ଫେବୃଆରୀ ମାସରେ ମାଲକାନଗିରି ପୋଲିସ୍‌ ପାଟ୍ରୋଲିଂ କରୁଥିବା ସମୟରେ ଏହି ଗଞ୍ଜେଇ ମାଫିଆ ମାନେ ଧରାପଡ଼ିଥିଲେ । ୬ ଜଣ ମିଶି ପାଖାପାଖି ୧୪୦୬ କେଜିର ଗଞ୍ଜେଇ ଚାଲାଣ କରୁଥିବା ବେଳେ ସେମାନଙ୍କ ଠାରୁ ଜବତ କରିଥିଲା ପୋଲିସ୍‌ । ଏନେଇ ଅଭିଯୁକ୍ତଙ୍କ ନାମରେ ମାମଲା ହୋଇଥିଲା । ତେବେ ବିଭିନ୍ନ ମାମଲାରେ ଏହି ୧୦ ଜଣ ଗଞ୍ଜେଇ ମାଫିଆଙ୍କର ୪.୭୭ କୋଟି ଟଙ୍କାର ସମ୍ପତ୍ତି ପୋଲିସ୍‌ ଫ୍ରିଜ୍‌ କରିଥିବା ପ୍ରେସ୍‌ ବିଜ୍ଞପ୍ତିରୁ ଜଣାପଡ଼ିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.