ପୋଲିସ ଗାଡି ଭଙ୍ଗାରୁଜା ଘଟଣାରେ ଆକ୍ସନ, ୨୦ରୁ ଅଧିକ ଅଭିଯୁକ୍ତ ଅଟକ
23/09/2023 at 2:42 PM

ରାୟଗଡ଼ା ୨୩।୦୯ : ରାୟଗଡ଼ା କାଶୀପୁରରେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣା । ପୋଲିସ ଗାଡ଼ି ଜଳାପୋଡା ଘଟଣାରେ ୨୦ରୁ ଅଧିକ ଅଭିଯୁକ୍ତ ଅଟକ । ଡାଙ୍ଗାସିଲି ଗାଁରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ଥିବା ଜଣାପଡିଛି । ସେପଟେ ପୀଡ଼ିତା ନାବାଳିକାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି । ପୀଡିତାଙ୍କର ବୟାନ ମଧ୍ୟ ରେକର୍ଡ ହେବା ନେଇ ସୂଚନା ମିଳିଛି । ଅଭିଯୁକ୍ତ ପିଅନକୁ ଅଟକ ରଖିଛି ପୋଲିସ । ଗିରଫ ଭୟରେ ଗାଁ ପୁରୁଷ ଶୂନ୍ୟ ହୋଇଯାଇଛି ।
ସୂଚନାଯୋଗ୍ୟ ଯେ, ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଡଙ୍ଗାସିରି ଆବାସିକ ବିଦ୍ୟାଳୟରେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଉକ୍ତ ସ୍କୁଲର ପିଅନ ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଥିଲା । ଶୁକ୍ରବାର ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଡଙ୍ଗା ସିଲ୍ ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେତୁ ତାଙ୍କୁ ରାୟଗଡ଼ା ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ଏପିରିକି ପୋଲିସ ଗାଡି ଭାଙ୍ଗି ନିଆଁ ଲଗାଇଥିଲେ । ସେପଟେ ଗିରଫ ଭୟରେ ଗାଁ ପୁରୁଷ ଶୂନ୍ୟ ହୋଇଛି । ଗାଁରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି ।