ବଜରଙ୍ଗ ଦଳ ପତାକାକୁ ଅସମ୍ମାନ କରିବାକୁ ନେଇ ଉତ୍ତେଜନା, ପୋଲିସ୍‌ର ଫ୍ଲାଗ୍‌ମାର୍ଚ୍ଚ

Published By : Prameya-News7 Bureau | December 25, 2022 IST

ଟାଙ୍ଗୀ, ୨୫/୧୨:  ବଜରଙ୍ଗ ଦଳ ପତାକାକୁ ଅସମ୍ମାନ କରିବାରୁ ନିରାକାରପୁରରେ ଉତ୍ତେଜନା ଦେଖାଦେଇଛି। ଖୋର୍ଦ୍ଧା ଜିଲ୍ଲାର ନିରାକାରପୁର ଥାନା ଅଧିନସ୍ଥ ଖଜୁରିପଡା ଗ୍ରାମର ସୌମ୍ୟରଂଜନ ବିଶୋଇ ନିଜ ବାଇକରେ ଯାଉଥିବା ବେଳେ ଅନ୍ୟଜଣେ ଦୁର୍ବୃତ୍ତ ତାଙ୍କୁ ଅଟକାଇ ଅଶାଳୀନ ଗାଳି ଗୁଲଜ କରିଥିଲା । ଏପରିକି ସେ ନିଜ ବାଇକରେ ଲଗାଇଥିବା ବଜରଙ୍ଗ ଦଳର ଏକ ପତାକାକୁ ଛିଡାଇ ନେଇ ତଳେ ପକାଇ ଦେଇଥିଲା । ଏହାକୁ ନେଇ ସୌମ୍ୟ ରଞ୍ଜନ ନିରାକାର ପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଅଭିଯୁକ୍ତକୁ ଗିରଫ ଦାବିରେ ଶତାଧିକ ବଜରଙ୍ଗଦଳର କର୍ମୀ ନିରାକାର ପୁର ଥାନାକୁ ଆସି ହୋ ହାଲା କରିଥିଲେ । ବାଲୁଗାଁ SDPO  ଘଟଣା ସ୍ଥଳରେ ପହଞ୍ଚି ଉଭୟ ଗୋଷ୍ଠୀର ଲୋକମାନଙ୍କୁ ବୁଝାଶୁଝା କରୁଛନ୍ତି । ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଫ୍ଲାଗ ମାର୍ଚ୍ଚ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.