ନିର୍ବାଚନରେ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ପୋଲିସର ଫ୍ଲାଗ୍ ମାର୍ଚ୍ଚ, ଗାଡିମୋଟର ଯାଞ୍ଚ କଡାକଡି

Published By : Prameya-News7 Bureau | May 23, 2024 IST

ପାଟଣା ୨୩।୫: ନିର୍ବାଚନକୁ ଅବାଧ ନିରପେକ୍ଷ ସହ ଶାନ୍ତି ଶୃଙ୍ଖଳା ସହିତ ସମାପନ କରିବା ପାଇଁ କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଓ ପାଟଣା ଥାନା ପକ୍ଷରୁ ଫ୍ଲାଗ୍ ମାର୍ଚ୍ଚ କରାଯାଇଛି । ବୁଧବାର ସଂଧ୍ୟାରେ ତୁରୁମୁଙ୍ଗା ଥାନା ପରିସରରୁ ପୋଲିସ ଏବଂ ସିଆରପିଏଫ୍ ଯବାନ  ବାହାରି ତୁରୁମୁଙ୍ଗା ବଜାର ପରିକ୍ରମା କରିବା ସହ ରାଜନଗର କେନ୍ଦେଇପଶି, ବଲାଣିପଶି, କଣ୍ଟିଆପଡା, ବାଉଁଶୁଳୀ ଅଞ୍ଚଳରେ ଫ୍ଲାଗ ମାର୍ଚ୍ଚ କରାଯାଇଥିଲା ।  

ଆଗାମୀ ସାଧାରଣ ନିର୍ବାଚନ କିପରି ଶାନ୍ତି ଶୃଙ୍ଖଳାରେ ସମାପନ ହେବ ସେ ନେଇ ଏହି ଫ୍ଲାଗ୍ ମାର୍ଚ୍ଚ କରାଯାଇଥିବା ପୋଲିସ କହିଛି । ସେହିପରି ଫ୍ଲାଇଂ ସ୍କ୍ୱାଡ୍, ଏସଏସଟି, ଟିମ୍ ପକ୍ଷରୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ୪୯ ନମ୍ବର ଜାତୀୟ ରାଜପଥର ବାଉଁଶୁଳୀ, ଶରଧାପୁର  ଖିରେଇଟାଙ୍ଗିରୀ ଟୋଲଗେଟ୍ ନିକଟରେ ଏବଂ କେନ୍ଦୁଝର ମୟୁରଭଞ୍ଜ ସୀମାନ୍ତ ବୈତରଣୀ ପୋଲ ନିକଟରେ ସେହିପରି କେନ୍ଦୁଝର ପାଟଣା ରାସ୍ତାର କେନ୍ଦେଇପଶୀ ନିକଟରେ ୨୨୦ ନମ୍ବର ଜାତୀୟ ରାଜପଥର ମଙ୍ଗଳପୁର, ଖଜୁରିଡିହା ଏବଂ ଦେଓ ନଦୀ ନିକଟରେ ବାଇକ୍ ଡିକି  ଏବଂ କାର ଡିକିକୁ  ପୋଲିସ ଉପସ୍ଥିତିରେ  ଯାଞ୍ଚ କରାଯାଉଛି । ପାଟଣା ଅତିରିକ୍ତ ତହସିଲଦାର ଶରଣ କୁମାର ଜେନା, ଆସିଷ୍ଟାଣ୍ଟ  ଅଭଜରଭର ପୂର୍ଣ୍ଣଚନ୍ଦ୍ର ହେମ୍ବ୍ରମ ଓ ସାହାରପଡ଼ା ତହସିଲଦାର ପ୍ରେମାନନ୍ଦ ଖଣ୍ଡେଇଙ୍କ ନେତୃତ୍ଵରେ ବିଭିନ୍ନ ଟିମ୍ ପକ୍ଷରୁ ଗାଡ଼ିଗୁଡ଼ିକୁ  କଡାକଡି ଯାଞ୍ଚ କରାଯାଉଛି ।

You Can Read :

ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ ନୂଆ ଦାୟିତ୍ବ ଦେଲା ବିଜେଡି, ବୁଧବାର ଦେଇଥିଲେ ଇସ୍ତଫା

 

 

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.