ବିନିକା: ନିର୍ବାଚନ ପାଇଁ ଧୀରେ ଧୀରେ ସମୟ ପାଖେଇ ଆସୁଛି। ଏଥିପାଇଁ ରାଜନୀତିକ ଦଳଙ୍କ ପ୍ରାର୍ଥୀ ଘୋଷଣା ମଧ୍ୟ ଶେଷ ପର୍ଯ୍ୟାୟରେ ରହିଛି। ସେପଟେ ପୋଲିସ ପ୍ରଶାସନ ତରଫରୁ ମଧ୍ୟ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଓଡ଼ିଶାରେ ଚାରିଟି ପର୍ଯ୍ୟାୟରେ ହେବ ମତଦାନ।
ଏହି କ୍ରମରେ ବଲାଙ୍ଗୀର ଲୋକସଭା ନିର୍ବାଚନ ମଣ୍ଡଳୀରେ ମେ ୨୦ରେ ମତଦାନ ହେବ। ତେଣୁ ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ ପ୍ରସ୍ତୁତି ଆରମ୍ଭ କରିଦେଇଛି ପୋଲିସ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଦେଇଛି। ନିର୍ବାଚନ ଯେମିତି ଅବାଧ, ନିରପେକ୍ଷ ଶାନ୍ତି ପୂର୍ଣ୍ଣ,ଏବଂ ସ୍ୱଚ୍ଛତାର ସହ ହେବ ତଥା କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହୁଏ ତାକୁ ଦୃଷ୍ଟିରେ ରଖି ତଥା ନିର୍ବାଚନ କମିଶନଙ୍କ ନିର୍ଦ୍ଧେଶ କ୍ରମେ ଶୁକ୍ରବାର ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ଠାରେ ସୁବର୍ଣ୍ଣପୁର ଏସଡିପିଓଙ୍କ ନେତୃତ୍ୱରେ ପୋଲିସ ଫ୍ଲାଗମାର୍ଚ୍ଚ କରାଯାଇଛି l